ନୂଆଦିଲ୍ଲୀ: ନୋଏଡା ନିକଟରେ ନିର୍ମିତ ହେବ ଦେଶର ସବୁଠୁ ବଡ ଏୟାରପୋର୍ଟ । ଏକ ପ୍ରସ୍ତାବ ଅନୁସାରେ ଏହା 2022-23 ମଧ୍ୟରେ ନିର୍ମାଣ ହୋଇ ଦେଶର ସର୍ବବୃହତ ତଥା ବିଶ୍ବର ପଞ୍ଚମ ବିମାନ ବନ୍ଦର ଭାବେ ପରିଚିତ ହେବ । 3 ହଜାର ହେକ୍ଟର ଜମିରେ ନିର୍ମାଣ ହେବ ଏହି ବିମାନ ବନ୍ଦର । ଏହାକୁ ଆଗାମୀ 50 ବର୍ଷର ଆବଶ୍ୟକତାକୁ ଧ୍ୟାନରେ ରଖାଯାଇ ନିର୍ମାଣ କରାଯାଉଥିବା ଜଣାପଡିଛି । ତେବେ ଆସନ୍ତା 5 ବର୍ଷରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜିଆଇ)ର ସମସ୍ତ କ୍ଷମତା ପୁରଣ ହେବା ଭିତରେ ଜେବର ଏୟାରପୋର୍ଟ ନିର୍ମାଣ ହୋଇସାରିଥିବ ।
ଦିଲ୍ଲୀ ନିକଟରେ ନିର୍ମାଣ ହେବ ଦେଶର ସର୍ବବୃହତ ବିମାନ ବନ୍ଦର - largest airport
ଆଇଜିଆଇ ବିମାନବନ୍ଦର ଠାରୁ ବୃହତ ଆକାରରେ ନିର୍ମିତ ହେବ ନୋଏଡାର ଜେବର ସ୍ଥିତ ଅନ୍ତର୍ଜାତୀୟ ବିମାନ ବନ୍ଦର ।
ଆଇଜିଆଇରେ 3ଟି ଟର୍ମିନାଲ ଓ 3ଟି ରନ-ଓ୍ବେ ରହିଛି । ଟର୍ମିନାଲ-ଥ୍ରୀ ବିଶ୍ବର ସବୁଠୁ ବଡ ଯାତ୍ରୀ ଟର୍ମିନାଲ ଭାବେ ପରିଚିତ । ଜେବର ଏୟାରପୋର୍ଟରେ 5ରୁ ଅଧିକ ରନ-ଓ୍ବେର ଆବଶ୍ୟକତା ରହିଛି । କିନ୍ତୁ ପ୍ରଥମ ଭାଗରେ 2ଟି ହିଁ ଟର୍ମିନାଲ ତିଆରି କରାଯିବ । ଖାାଲି ସେତିକି ନୁହେଁ ଏହା କ୍ଷେତ୍ରଫଳରେ ମଧ୍ୟ ଆଇଜିଆଇ ଠାରୁ ବଡ ଏୟାରପୋର୍ଟ ହେବ । ତେବେ ଜେବରରେ ନିର୍ମାଣ କରାଯାଉଥିବା ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ 3 ହଜାର ହେକ୍ଟର ଜମିରେ ନିର୍ମାଣ କରାଯିବ । ପ୍ରଥମ ଭାଗରେ 13 ଶହ 27 ହେକ୍ଟର ଜମିରେ ନିର୍ମାଣ କରାଯିବ । ଦିଲ୍ଲୀ ସ୍ଥିତ ଆଇଜିଆଇ ଏୟାରପୋର୍ଟ 2 ହଜାର 66 ହେକ୍ଟର ଜିମିରେ ନିର୍ମାଣ କରାଯାଇଛି ।
ଜେବର ଏୟାରପୋର୍ଟର ବର୍ଷକୁ 9 କୋଟି ଯାତ୍ରୀଙ୍କ କ୍ଷମତା ରଖୁଛି । ତେବେ ଏହା 2050 ବର୍ଷ ଭିତରେ ବୃଦ୍ଧି ପାଇ 20 କୋଟି ହେବାର ଆଶଙ୍କା ରହିଛି । ଆଇଜିଆଇକୁ ପ୍ରତିବର୍ଷ 6.35 ଯାତ୍ରୀଙ୍କ ଆଗମନ ହେଉଥିବାବେଳେ ଏହାର କ୍ଷମତା 10 କୋଟି ରହିଛି । ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଦେଶର ସବୁଠୁ ବଡ ବିମାନ ବନ୍ଦର ଭାବେ ପରିଚିତ । ଏହାପରେ ଦ୍ବିତୀୟ ସ୍ଥାନରେ ରହିଛି ଛତ୍ରପତି ଶିବାଜୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଓ ତୃତୀୟରେ ରହିଛି ବାଙ୍ଗାଲୁରୁର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର । ତେବେ ଏସିଆରେ ଆଇଜିଆଇ 10 ସ୍ଥାନରେ ରହିଥିବାବେଳେ ସମଗ୍ର ବିଶ୍ବରେ 21 ତମ ସ୍ଥାନରେ ରହିଛି ।