ଓଡିଶା

odisha

ETV Bharat / bharat

ସ୍କାଏ ସାଇକେଲିଂ ଟ୍ରାକର ପ୍ରଥମ ଟ୍ରାଏଲ ସଫଳ - ମନାଲି

ପାହାଡି ରାଜ୍ୟ ହିମାଚଳ ପ୍ରଦେଶର ମନାଲି ସ୍ଥିତ ଗୁଲାବାରେ ଦେଶର ସବୁଠୁ ବଡ ସ୍କାଏ ସାଇକେଲିଂ ଟ୍ରାକର ପ୍ରଥମ ଟ୍ରାଏଲ ସଫଳ ହୋଇଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 3, 2019, 7:22 PM IST

ସିମଲା: ହିମାଚଳ ପ୍ରଦେଶର ମନାଲି ସ୍ଥିତ ଗୁଲାବା ଠାରେ ସମୁ୍ଦ୍ର ପତ୍ତନରୁ ପ୍ରାୟ 9 ହଜାର ଫୁଟ ଉଚ୍ଚରେ ନିର୍ମିତ ଏକ ସ୍କାଏ ସାଇକେଲିଂ ଟ୍ରାକ ତିଆରି ହୋଇଛି। ଆଉ ଏହି ଟ୍ରାକରେ ସାଇକେଲ ଚାଳନାର ପ୍ରଥମ ଟ୍ରାଏଲ ସଫଳ ହୋଇଛି। ଖୁବ ଶିଘ୍ର ଏହାକୁ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲାଯିବ। ଏହା ବ୍ୟତୀତ ଏହି ସ୍ଥାନରେ ଦେଶର ସବୁଠୁ ବଡ ଜିପ ଲାଇନ ମଧ୍ୟ ପ୍ରସ୍ତୁତ କରାଯାଇଛି।

ବଞ୍ଜି ଜମ୍ପିଂ

ପର୍ଯ୍ୟଟନ ନଗରୀ ମନାଲିକୁ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ପୂର୍ବରୁ ଏଠାକାର ପ୍ରାକୃତିକ ପରିବେଶ ସହ ପାହଡର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ବେଳେ ଏବେ ଏହି ସ୍କାଏ ସାଇକେଲିଂର ମଜାନେବେ ପର୍ଯ୍ୟଟକ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏହା ଉପରେ ମତ ରଖି ହିମାଛଲ ପ୍ରଦେଶ ସରକାରଙ୍କ ଜଙ୍ଗଲ ଏବଂ ପରିବହନ ବିଭାଗର ମନ୍ତ୍ରୀ ଗୋବିନ୍ଦ ସିଂହ ଠାକୁର କହିଛନ୍ତି ଯେ, ପର୍ଯ୍ୟଟନସ୍ଥଳ ଗୁଲାବାରେ ବନ ବିଭାଗ ପକ୍ଷରୁ ଏକ 'ନେଚର ପାର୍କ' ତିଆରି କରାଯାଉଛି । ଯେଉଁଥିରେ ଭାରତର ସବୁଠୁ ବଡ 450 ମିଟର ଲମ୍ବା ଜିପ ଲାଇନ ରହିଛି ଆଉ ସବୁଠୁ ଉଚ୍ଚା 350 ମିଟର ଲମ୍ବାର ସ୍କାଏ ସାଇକେଲିଙ୍ଗ ଟ୍ରାକ ତିଆରି କରାଯାଇଛି। ଏହା ବ୍ୟତୀତ ବଞ୍ଜି ଜମ୍ପିଂର ମଧ୍ୟ ନିର୍ମାଣ କରାଯାଉଛି। ଯାହା ଖୁବ ଉଚ୍ଚରେ ରହିଛି।

ABOUT THE AUTHOR

...view details