ଓଡିଶା

odisha

ସ୍ବାଧୀନ ଭାରତର ପ୍ରଥମ ଭୋଟର ଅସୁସ୍ଥ

By

Published : Jan 9, 2020, 1:29 AM IST

ଭାରତ ସ୍ବାଧୀନ ହେବା ପରେ ପ୍ରଥମ ଭୋଟର ଶ୍ୟାମ ସରନ ନେଗୀଙ୍କ ଦେହ ଅସୁସ୍ଥ ରହିଛି । ହିମାଚଳ ପ୍ରଦେଶ କିନ୍ନୌର ଜିଲ୍ଲାର କଳ୍ପା ସ୍ଥିତ ନିଜ ବାସଭବନରେ ସେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ..

ସ୍ବାଧୀନ ଭାରତର ପ୍ରଥମ ଭୋଟର ଅସୁସ୍ଥ
ସ୍ବାଧୀନ ଭାରତର ପ୍ରଥମ ଭୋଟର ଅସୁସ୍ଥ

ଶିମଳା: ସୁସ୍ଥ ନାହାନ୍ତି ଭାରତର ପ୍ରଥମ ଭୋଟର । ଭାରତ ସ୍ବାଧୀନ ହେବା ପରେ ପ୍ରଥମ ଭୋଟର ଶ୍ୟାମ ସରନ ନେଗୀଙ୍କ ଦେହ ଅସୁସ୍ଥ ରହିଛି । ହିମାଚଳ ପ୍ରଦେଶ କିନ୍ନୌର ଜିଲ୍ଲାର କଳ୍ପା ସ୍ଥିତ ନିଜ ବାସଭବନରେ ସେ ଚିକିତ୍ସିତ ହେଉଛନ୍ତି ।

ନେଗିଙ୍କୁ ଏବେ 103 ବର୍ଷ ବୟସ । ଭାରତ ସ୍ବାଧୀନ ହେବା ପରେ ପ୍ରଥମ ନିର୍ବାଚନରେ ସେ ପ୍ରଥମ ଭୋଟର ଭାବେ ମତଦାନ କରିଥିଲେ । ଯେଉଁଥିପାଇଁ ତାଙ୍କୁ 2019 ସାଧାରଣ ନିର୍ବାଚନର ବ୍ରାଣ୍ଡ ଆମ୍ବାସଡାର ଭାବେ କେନ୍ଦ୍ର ସରକାର ଘୋଷଣା କରିଥିଲେ ।

ତେବେ ନିକଟରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଛି । ହିମାଚଳ ପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ ଭିପିନ ସିଂହ ପରମାର କିନ୍ନୌର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନେଗିଙ୍କ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ନେଗିଙ୍କ ବାସଭବନରେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇବାକୁ ମଧ୍ୟ ସେ କହିଛନ୍ତି ।

ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ନେଗିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଏହାସହ ତାଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦେଇଛନ୍ତି । ବାସଭବନରେ ଯେପରି ତାଙ୍କର ସୁରୁଖୁରୁରେ ଚିକିତ୍ସା ହୋଇପାରିବ ସେନେଇ ବନ୍ଦୋବସ୍ତ କରାଯାଇଛି । ଏହାସହ ପରମାର ନେଗିଙ୍କ ଶିଘ୍ର ଆରୋଗ୍ୟ କାମନା କରିଛନ୍ତି ।

ABOUT THE AUTHOR

...view details