ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଗଡିବ ଘରୋଇ ଟ୍ରେନ । ଏହା ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବାବେଳେ ତେଜସ ଏକ୍ସପ୍ରେସ । ରେଳ ବିଭାଗ 100 ଦିନର ଏଜେଣ୍ଡାକୁ ଆଗକୁ ବଢାଇବା ସହ ପ୍ରାଥମିକ ସ୍ତରରେ 2ଟି ଘରୋଇ ରୁଟରେ ଚଳାଇବାର ନିର୍ଣ୍ଣୟ ନେଇଛି । କେନ୍ଦ୍ର ସରକାର ଅନେକ ବିରୋଧ ସତ୍ତ୍ବେ ଶେଷରେ ରେଳ ବିଭାଗର ଏହି ନିଷ୍ପତ୍ତିରେ ରାଜି ହୋଇଥିଲେ । ରେଳ ବୋର୍ଡ ଦିଲ୍ଲୀ-ଲକ୍ଷ୍ନୌ ବ୍ୟତୀତ ଆଉ ଏକ 500 କିଲୋମିଟର ଦୂରତା ବିଶିଷ୍ଟ ମାର୍ଗରେ ରେଳ ଚଳାଚଳ ନେଇ ରାସ୍ତା ଚିହ୍ନଟ କରୁଛି ।
ଏହି ରୁଟରେ ଚାଲିବ ଭାରତର ପ୍ରଥମ ଘରୋଇ ଟ୍ରେନ - train
ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲିବ ବହୁ ପ୍ରତିକ୍ଷିତ ତେଜସ ଏକ୍ସପ୍ରେସ । ଏହା ଦେଶର ପ୍ରଥମ ଥର ପାଇଁ କୌଣସି ଘରୋଇ ସଂସ୍ଥା ଏହାକୁ ସଂଚାଳନ କରିବ ।
![ଏହି ରୁଟରେ ଚାଲିବ ଭାରତର ପ୍ରଥମ ଘରୋଇ ଟ୍ରେନ](https://etvbharatimages.akamaized.net/etvbharat/prod-images/768-512-3784445-thumbnail-3x2-train.jpg)
ଦିଲ୍ଲୀ ତେଜସ ଏକ୍ସପ୍ରେସକୁ ଚଳାଇବାର ଘୋଷଣା 2016 ମସିହାରେ କରାଯାଇଥିଲା । ହେଲେ ନୂଆ ଟାଇମ ଓ ନିୟମ ଅନୂସାରେ ଏହାକୁ ଚଲାଇବା ପାଇଁ ନିଷ୍ପତ୍ତି ନିଆଗଲା । ବହୁ ସମୟଧରି ଏହି ରାସ୍ତାରେ ତେଜସ ଚାଲିବା ନେଇ ପ୍ରତୀକ୍ଷା କରାଯାଇଥିଲା । ତେବେ ଏହି ଟ୍ରେନ ଏବେ ଉତ୍ତର ପ୍ରଦେଶର ଆନନ୍ଦନଗର ଷ୍ଟେସନରେ ଅଟକି ରହିଛି । ଯେବେ ଏହାର ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଏହାକୁ ପ୍ରାଇଭେଟ ଚାଳକକୁ ଦିଆଯିବ । ତେବେ ବର୍ତ୍ତମାନ ଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ 53 ଟ୍ରେନ ଚଳାଚଳ କରୁଛି । କିନ୍ତୁ ଏଥିମଧ୍ୟରୁ କୌଣସି ଗୋଟିଏ ରାଜଧାନୀ ଟ୍ରେନ ନୁହେଁ । ଏହି ରାସ୍ତାର ସବୁଠୁ ପ୍ରଥମ ଟ୍ରେନ ହେଉଛି ସ୍ବର୍ଣ୍ଣ ଶତାବ୍ଦୀ । ଯାହା ଦିଲ୍ଲୀରୁ ବାହାରି ଲକ୍ଷ୍ନୌରେ ପହଞ୍ଚିବାକୁ 6 ଘଣ୍ଟା ସମୟ ଲାଗିଥାଏ ।
ହେଲେ ଏହି ଟ୍ରେନର ଦାୟିତ୍ବ ଇଣ୍ଡିଆନ ରେଲଓ୍ବେ କ୍ୟେଟେରିଙ୍ଗ ଆଣ୍ଡ ଟୁରିଜିମ କରପୋରେସନ(IRCTC)ପାଖରେ ହିଁ ରହିବ । ଯେଉଁଥିପାଇଁ ରେଳ ବୋର୍ଡକୁ କିଛି ଟଙ୍କା ଦେବାକୁ ପଡିବ । ଏଥିରେ ଲିଜ ଚାର୍ଜ ଓ ଇଣ୍ଡିଆନ ରେଲ୍ବେ ପାଇନାନ୍ସ କରପୋର୍ସନ(IRFC) ସାମିଲ ରହିଛି । ତେବେ ରେଳ ବିଭାଗ ଏହି ଘରୋଇ ଟ୍ରେନ ଚଲାଇବା ପାଇଁ ସବୁଠୁ କମ ଭିଡ ବାଲା ରାସ୍ତା ହେବାସହ ଓ ପର୍ଯ୍ୟଟନ ସ୍ଥାନ ଗୁଡିକ ସହ ମଧ୍ୟ ଯୋଡି ହୋଇଥିବ ସେହିଭଳି ରାସ୍ତା ଚୟନ କରୁଛି ବିଭାଗ ।