ଓଡିଶା

odisha

ETV Bharat / bharat

ମୁମ୍ବାଇରେ ପହଞ୍ଚିଲା ‘ଲାଇଫ ଲାଇନ ଏକ୍ସପ୍ରେସ’ ଏକ୍ସପ୍ରେସ - ଦେଶର ପ୍ରଥମ ହସ୍ପଟାଲ ଟ୍ରେନ

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ପହଞ୍ଚିଲା 1991 ମସିହାରେ ଆରମ୍ଭ ହୋଇଥିବା ଦେଶର ପ୍ରଥମ ହସ୍ପିଟାଲ ଟ୍ରେନ ‘ଲାଇଫ ଲାଇନ ଏକ୍ସପ୍ରେସ’ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 12 ଲକ୍ଷ ରୋଗୀଙ୍କୁ ଚିକିତ୍ସା ଯୋଗାଇଛି ଏହି ଟ୍ରେନ୍ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Aug 30, 2019, 12:42 PM IST

ମୁମ୍ବାଇ: ଦେଶର ପ୍ରଥମ ହସ୍ପିଟାଲ ଟ୍ରେନ ‘ଲାଇଫ ଲାଇନ ଏକ୍ସପ୍ରେସ’ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 12 ଲକ୍ଷ ରୋଗୀଙ୍କୁ ଚିକିତ୍ସା ଯୋଗାଇଛି ଏହି ଟ୍ରେନ୍ ।

ଏହାର ଆରମ୍ଭ 1991 ମସିହାରେ ହୋଇଥିଲା । ଏହି ଟ୍ରେନ ଏକ ସିଷ୍ଟମ ଆଧାରରେ ସେବା ଯୋଗାଇଥାଏ । ପ୍ରଥମେ ରୋଗୀଙ୍କ ପାଇଁ ଯୋଜନା ପ୍ରସ୍ତୁତ କରା ଯାଇଥାଏ। ପରେ ରୋଗୀଙ୍କୁ ତାରିଖ ଦିଆଯିବା ପରେ, ସେମାନଙ୍କ ଚିକିତ୍ସା କରାଯାଏ । ଏହି ଟ୍ରେନରେ ଚିକିତ୍ସା ପାଇଁ ରୋଗୀଙ୍କଠାରୁ କୌଣସି ଫିସ୍‌ ନିଆଯାଇ ନଥାଏ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଜୀବନରେଖା ଏକ୍ସପ୍ରେସ ଇମ୍ପେକ୍ଟ ଇଣ୍ଡିଆ ଫାଉଣ୍ଡେସନ, ଭାରତୀୟ ରେଲବାଇ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏହି ଟ୍ରେନ ଚାଲୁଛି। ‘ଲାଇଫ ଲାଇନ ଏକ୍ସପ୍ରେସ’ ଭାରତ ସମେତ ସମଗ୍ର ବିଶ୍ବ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।

ABOUT THE AUTHOR

...view details