ମୁମ୍ବାଇ: ଏଣିକି ଅନଲାଇନରେ କୋର୍ଟରେ ମାମଲା ଦାଏର କରିପାରିବେ ଆବେଦନକାରୀ । ଲଞ୍ଚ ହେଲା ‘ନ୍ୟାୟ କୌଶଳ’ । ନାଗପୁରରେ ଦେଶର ପ୍ରଥମ e- resource center ବା ଅନଲାଇନ କରିବା ପ୍ରକ୍ରିୟା ପାଇଁ ନ୍ୟାୟ କୌଶଳ ଉଦଘାଟନ କରାଯାଇଛି ।
ଏଣିକି ଅନଲାଇନରେ କୋର୍ଟରେ ହେବ ମାମଲା ଦାଏର, ଲଞ୍ଚ ହେଲା 'ନ୍ୟାୟ କୌଶଳ' - 'ନ୍ୟାୟ କୌଶଳ' ମାଧ୍ୟମରେ ମାମଲା ଗୁଡିକୁ ଅନଲାଇନ କରାଯିବ
ଦେଶର ପ୍ରଥମ e- resource center ବା ଅନଲାଇନ କରିବା ପ୍ରକ୍ରିୟା ପାଇଁ ନ୍ୟାୟ କୌଶଳ ଉଦଘାଟନ କରାଯାଇଛି । ଏହା ମାଧ୍ୟମରେ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଜିଲ୍ଲା କୋର୍ଟ ଗୁଡିକରେ ମାମଲା ଗୁଡିକ ଅନଲାଇନ କରାଯିବ ।
ମହାରାଷ୍ଟ୍ର ନାଗପୁରର ନ୍ୟାୟିକ ଅଧିକାରୀ ପ୍ରଶିକ୍ଷଣ କେନ୍ଦ୍ରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବବୋଡେ ଉଦଘାଟନ କରିଛନ୍ତି । ଏହା ଦ୍ବାରା ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଜିଲ୍ଲା କୋର୍ଟ ଗୁଡିକରେ ମାମଲା ଗୁଡିକ ଅନଲାଇନରେ ଆବେଦନ କରିପାରିବେ । ଏହା ଦ୍ବାରା ସମସ୍ତ ପ୍ରକାରର ଅବ୍ୟବସ୍ଥା ଦୂର ହୋଇପାରିବ । ଲୋକଙ୍କ ପାଖରେ ତୁରନ୍ତ ଆଇନ ପହଞ୍ଚି ପାରିବ ବୋଲି ମୁଖ୍ୟ ବିଚାରପତି କହିଛନ୍ତି । ଅନଲାଇନ ମାଧ୍ୟମରେ ସମସ୍ତ କାର୍ଯ୍ୟ କରାଯିବ ଦ୍ବାରା ସମୟ ସାପେକ୍ଷ ହେବା ସହ ଦୂରଦୂରାନ୍ତକୁ ଆଉ ଯିବାକୁ ଆବଶ୍ୟକତା ପଡିବନାହିଁ ।
ସୂଚନାଥାଉକି କୌଣସି ଗୋଟିଏ ମାମଲାର ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟରେ ଲଢିବା ପାଇଁ ହେଲେ ଲୋକଙ୍କୁ ବ୍ୟୟସାପେକ୍ଷ ହୋଇ କାର୍ଯ୍ୟ କରିବାକୁ ପଡୁଛି । ବର୍ତ୍ତମାନ 'ନ୍ୟାୟ କୌଶଳ' ମାଧ୍ୟମରେ ମାମଲା ଗୁଡିକୁ ଅନଲାଇନ କରାଯିବା ବ୍ୟବସ୍ଥା କରାଯାଇଛି ।