ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି । କୋରୋନା ବ୍ୟାପିବାର ଦୀର୍ଘ 7 ମାସ ପରେ ମଧ୍ୟ ଏହା କମିବାର ନାଁ ଧରୁନି । ଯାହା ଏବେ ବୃଦ୍ଧି ପାଇ 67 ଲକ୍ଷ ପାର କରିଛି ।
ଦେଶରେ 24 ଘଣ୍ଟାରେ 72,049 ନୂଆ ପଜିଟିଭ ଚିହ୍ନଟ, 986 ମୃତ - କୋରୋନା ଅପଡେଟ
ବର୍ତ୍ତମାନ ସମଗ୍ର ଦେଶରେ ପ୍ରତ୍ୟେକ ଦିନ ଆସୁଥିବା କୋରୋନା ସଂକ୍ରମଣ ରିପୋର୍ଟରେ ସର୍ବାଗ୍ରେ ଭାରତ ରହିଛି । ଯେଉଁଠି ଅକ୍ଟୋବର 6 ସୁଦ୍ଧା 67,57,132 ପହଞ୍ଚିଛି କୋରୋନା ସଂକ୍ରମଣ । ଅଧିକ ପଢନ୍ତୁ...
![ଦେଶରେ 24 ଘଣ୍ଟାରେ 72,049 ନୂଆ ପଜିଟିଭ ଚିହ୍ନଟ, 986 ମୃତ ଦେଶରେ ଗୋଟିଏ ଦିନରେ 72,049 ନୂଆ କୋରୋନା ସଂକ୍ରମଣ ରିପୋର୍ଟ, 986 ମୃତ](https://etvbharatimages.akamaized.net/etvbharat/prod-images/768-512-9079715-659-9079715-1602043927609.jpg)
ଦେଶରେ ଗୋଟିଏ ଦିନରେ 72,049 ନୂଆ କୋରୋନା ସଂକ୍ରମଣ ରିପୋର୍ଟ, 986 ମୃତ
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 72 ହଜାର 049ଟି ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 986 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଯାହାକୁ ମିଶାଇ 67 ଲକ୍ଷ 57 ହଜାର 132ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା । ତେବେ ମୋଟ ସଂକ୍ରମିତଙ୍କ ମଧ୍ୟରୁ 1 ଲକ୍ଷ 04 ହଜାର 555 ଜଣଙ୍କର ମୃତ୍ୟୁ ଘଟିଛି ।
ସେହିପରି ମୋଟ ପଜିଟିଭ ସଂଖ୍ୟାରୁ 57 ଲକ୍ଷ 44 ହଜାର 694 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 9 ଲକ୍ଷ 07 ହଜାର 883 ଜଣ ଆକ୍ରାନ୍ତ ଦେଶର ବିଭନ୍ନ କୋଭିଡ କେୟାର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।