ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି କୋରୋନା ମାମଲା । ଏହାରି ମଧ୍ୟରେ ଦେଶରେ 62 ଲକ୍ଷ ପାର କରିଛି କୋରୋନା ମାମଲା । ଦିନକରେ ଦେଶରେ ପାଖାପାଖି 1 ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ 24 ଘଣ୍ଟାରେ ଦେଶରୁ 80,472 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 62 ଲକ୍ଷ 25 ହଜାର 764ରେ ପହଞ୍ଚିଛି ।
କମୁଛି ସଂକ୍ରମଣ: 24 ଘଣ୍ଟାରେ ଦେଶରେ 80,472 ନୂଆ ଆକ୍ରାନ୍ତ ଚିହ୍ନଟ - କୋରୋନା ଅପଡେଟ୍
24 ଘଣ୍ଟାରେ ଦେଶରୁ 80,472 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 62 ଲକ୍ଷ 25 ହଜାର 764ରେ ପହଞ୍ଚିଛି ।
ଦେଶରେ 62 ଲକ୍ଷ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଏପଟେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 51 ଲକ୍ଷ 87 ହଜାର 826 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9 ଲକ୍ଷ 40 ହଜାର 441 ଆକ୍ରାନ୍ତ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା 24 ଘଣ୍ଟାରେ 1,179 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଏଯାବତ୍ ଦେଶରେ 97,497 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବୁଧବାର ସୂଚନା ଦେଇଛନ୍ତି ।