ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଉଗ୍ରରୂପ ଧାରଣ କରୁଛି କୋରୋନା ମାମଲା । ଏହାରି ମଧ୍ୟରେ ଦେଶରେ 57 ଲକ୍ଷ ପାର କରିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରି 24 ଘଣ୍ଟାରେ ଦେଶରେ 86,508 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,129 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 57 ଲକ୍ଷ 32 ହଜାର 519ରେ ପହଞ୍ଚିଛି ।
କୋରୋନା ଅପଡେଟ୍: ଦେଶରେ 57 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା - କୋରୋନା
24 ଘଣ୍ଟାରେ ଦେଶରେ 86,508 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,129 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 57 ଲକ୍ଷ 32 ହଜାର 519ରେ ପହଞ୍ଚିଛି ।
ଦେଶରେ 57 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 46,74,988 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 9,66,382 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଏଯାବତ୍ ଦେଶରେ 91,149 ଆକ୍ରାନ୍ତଙ୍କର ମାରାତ୍ମକ କୋରୋନା ଭାଇରସରେ ମୃତ୍ୟୁ ଘଟିଥିବା ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।