ନୂଆଦିଲ୍ଲୀ: ଦେଶରେ ଥମିବାର ନାଁ ଧରୁନି କୋରୋନା ସଂକ୍ରମଣ ମାମଲା । ଏହା ଦିନକୁ ଦିନ ତୀବ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଦ୍ବାରା 54 ଲକ୍ଷ ପାର କରିଛି ଏହି ସଂକ୍ରମଣ ସଂଖ୍ୟା । ଅନେକ ସଚେତନତା ସତ୍ତ୍ବେ ଏହି ମାମଲା କମିବା ପରିବର୍ତ୍ତେ ବଢି ବଢି ଚାଲିଛି ।
ଦେଶରେ କୋରୋନା ମାମଲା 54 ଲକ୍ଷ ପାର୍, 87,752 ମୃତ - କୋରୋନା ସଂକ୍ରମଣ
କୋରୋନାର ମହାମାରୀରେ କଲବଲ ଭାରତ । ପ୍ରତ୍ୟେକ ଦିନ 90 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ମାମଲା ରିପୋର୍ଟ ହେଉଛି । ଅଧିକ ପଢନ୍ତୁ...
![ଦେଶରେ କୋରୋନା ମାମଲା 54 ଲକ୍ଷ ପାର୍, 87,752 ମୃତ ଦେଶରେ 54 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ, 86,752 ମୃତ](https://etvbharatimages.akamaized.net/etvbharat/prod-images/768-512-8867902-79-8867902-1600576752580.jpg)
ଦେଶରେ 54 ଲକ୍ଷ ପାର କରିଛି କୋରୋନା ସଂକ୍ରମଣ, 86,752 ମୃତ
ତେବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 92 ହଜାର 605ଟି ପଜିଟିଭ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 1,133 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 54 ଲକ୍ଷ ପାର କରିଥିବାବେଳେ, ଏଥିରେ ମୋଟ 86 ହଜାର 752 ଜଣଙ୍କର ମୃତ୍ୟୁ ହୋଇଛି ।
ସେହିପରି 43 ଲକ୍ଷ 3 ହଜାର 44 ଜଣ ସୁସ୍ଥ ହୋଇଥିବାବେଳେ, 10 ଲକ୍ଷ 10 ହଜାର 824 ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ କେୟାରରେ ଚିକିତ୍ସାଧୀନ ଅଛନ୍ତି ।