ନୂଆଦିଲ୍ଲୀ:ଦେଶ କୋରୋନା ମାମଲାରେ ଲାଗୁନି ବ୍ରେକ । ବର୍ତ୍ତମାନ ପ୍ରତ୍ୟେକ ଦିନ ଦେଶରୁ ପାଖାପାଖି 1 ଲକ୍ଷ କୋରୋନା ମାମଲା ଚିହ୍ନଟ ହେଉଛନ୍ତି । ଫଳରେ ଦେଶରେ 52 ଲକ୍ଷ ପାର କରିଛି କୋରୋନା ମାମଲା । ତେବେ 24 ଘଣ୍ଟାରେ ଦେଶରୁ 96,424 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,174 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 52 ଲକ୍ଷ 14 ହଜାର 678ରେ ପହଞ୍ଚିଛି ।
କୋରୋନା ଅପଡେଟ୍: ଦେଶରେ 52 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା - india corona death tally
24 ଘଣ୍ଟାରେ ଦେଶରୁ 96,424 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,174 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 52 ଲକ୍ଷ 14 ହଜାର 678ରେ ପହଞ୍ଚିଛି ।
ଦେଶରେ 52 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 41 ଲକ୍ଷ 12 ହଜାର 552 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 10 ଲକ୍ଷ 17 ହଜାର 754 ଆକ୍ରାନ୍ତ ଏବେବି ଦେଶରେ ବିଭିନ୍ନ ମେଡିକାଲ ଏବଂ କୋଭିଡ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ମାରାତ୍ମକ ଭାଇରସ କାରଣରୁ ଏଯାବତ୍ 84 ହଜାର 372 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।