ନୂଆଦିଲ୍ଲୀ: ସାରା ବିଶ୍ବରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ । ଭାରତରେ ମଧ୍ୟ ବ୍ୟାପକ ଭାବେ ବ୍ୟାପିବାରେ ଲାଗିଛି । ଯାହାକୁ ନେଇ ବର୍ତ୍ତମାନ ସୁଦ୍ଧା 51 ଲକ୍ଷ ପାର କରିଛି ଏହି ସଂଖ୍ୟା । ଏଥିରେ 83 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଛି ।
ଦେଶରେ 51 ଲକ୍ଷ ପାର କଲା କୋରୋନା ମାମଲା, 24 ଘଣ୍ଟାରେ 97 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ - india corona news
ଦେଶବାସୀଙ୍କୁ ଡରାଉଛି କୋରୋନା ମହାମାରୀ । ପ୍ରତ୍ୟେକ ଦିନ ଆସୁଛି ଭୟଭୀତ କଲାଭଳି ପଜିଟିଭ ରିପୋର୍ଟ । ଅଧିକ ପଢନ୍ତୁ...
![ଦେଶରେ 51 ଲକ୍ଷ ପାର କଲା କୋରୋନା ମାମଲା, 24 ଘଣ୍ଟାରେ 97 ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଦେଶରେ 51 ଲକ୍ଷ ପାର କଲା କୋରୋନା ସଂକ୍ରମଣ ସଂଖ୍ୟା](https://etvbharatimages.akamaized.net/etvbharat/prod-images/768-512-8830833-999-8830833-1600317763058.jpg)
ଦେଶରେ 51 ଲକ୍ଷ ପାର କଲା କୋରୋନା ସଂକ୍ରମଣ ସଂଖ୍ୟା
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 97 ହଜାର 894 ଜଣ ସଂକ୍ରମିତ ହୋଇଥିବାବେଳେ, ଏଥିରେ 1,132 ଜଣଙ୍କର ମୃତ୍ୟୁ ଘଟିଛି । ଯାହାକୁ ମିଶାଇ 51 ଲକ୍ଷ 18 ହଜାର 254 ଛୁଇଁଛି କୋରୋନା ପଜିଟିଭ ସଂଖ୍ୟା ।
ମୋଟ ସଂକ୍ରମିତଙ୍କ ମଧ୍ୟରୁ 40 ଲକ୍ଷ 25 ହଜାର 80 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, 10 ଲକ୍ଷ 9 ହଜାର 976 ଜଣ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏଥିରେ ଆଜି ପର୍ଯ୍ୟନ୍ତ 83 ହଜାର 198 ଜଣଙ୍କର ମୃତ୍ୟୁ ହୋଇଛି ।