ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଦେଶରେ 43 ଲକ୍ଷ ପାର କରିଛି କୋରୋନା ମାମଲା । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 89,706 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,115 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 43,70,129ରେ ପହଞ୍ଚିଛି ।
କୋରୋନା ଅପଡେଟ୍: ଗୋଟିଏ ଦିନରେ ଦେଶରେ 89,706 ନୂଆ ଆକ୍ରାନ୍ତ ଚିହ୍ନଟ - ଭାରତ କୋରୋନା ଅପଡେଟ୍
24 ଘଣ୍ଟାରେ ଦେଶରେ 89,706 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,115 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 43,70,129ରେ ପହଞ୍ଚିଛି ।
ଗୋଟିଏ ଦିନରେ ଦେଶରୁ 89,706 ନୂଆ ଆକ୍ରାନ୍ତ ଚିହ୍ନଟ
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 33,98,845 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 8,97,394 ଆକ୍ରାନ୍ତ ଏବେବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହାଛଡା ମାରାତ୍ମକ ଭାଇରସ କାରଣରୁ ଏଯାବତ୍ 73,890 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।
Last Updated : Sep 9, 2020, 10:36 AM IST