ଓଡିଶା

odisha

ETV Bharat / bharat

ଦେଶରେ 20 ଲକ୍ଷ ପାର କଲା କୋରୋନା ମାମଲା - କୋରୋନା

ଦେଶରେ 20 ଲକ୍ଷ ପାର କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ 24 ଘଣ୍ଟାରେ ଦେଶରେ ସର୍ବାଧିକ 62,538 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 20,27,075 ପହଞ୍ଚିଛି ।

corona upadate
ଦେଶରେ 20 ଲକ୍ଷ ପାର କଲା କୋରୋନା ମାମଲା

By

Published : Aug 7, 2020, 10:25 AM IST

ନୂଆଦିଲ୍ଲୀ: ଦେଶରେ 20 ଲକ୍ଷ ପାର କଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ 24 ଘଣ୍ଟାରେ ଦେଶରେ ସର୍ବାଧିକ 62,538 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 20,27,075 ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 13,78,106 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 6,07,384 ଆକ୍ରାନ୍ତ ଏବେବି ଦେଶର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଥିସହ ଏବେସୁଦ୍ଧା 41,585 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଥିବା ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ଜନ ହପକିନ୍ସ କୋରୋନା ଟ୍ରାକର ଅନୁଯାୟୀ, କୋରୋନା ମାମଲା ଦୃଷ୍ଟିରୁ ବିଶ୍ବରେ ଭାରତ ତୃତୀୟ ସ୍ଥାନରେ ରହିଛି । ସେହିପରି ଏହି କ୍ରମରେ ପ୍ରଥମରେ ଆମେରିକା(4,882,433) ଏବଂ ଦ୍ବିତୀୟରେ ବ୍ରାଜିଲ(2,912,212) ରହିଛି ।

ABOUT THE AUTHOR

...view details