ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ବନ୍ଦେ ଭାରତ ମିଶନ ଅଧୀନରେ ବିଦେଶରେ ଫସି ରହିଥିବା 2 ଲକ୍ଷ 75 ହଜାର ଭାରତୀୟଙ୍କୁ କୋରୋନା ସଙ୍କଟ ସମୟରେ ଫେରାଇ ଅଣାଯାଇଛି ।
‘ବନ୍ଦେ ଭାରତ ମିଶନରେ ଫେରିଲେଣି 2 ଲକ୍ଷରୁ ଊର୍ଦ୍ଧ୍ବ ନାଗରିକ’ - ବନ୍ଦେ ଭାରତ ମିଶନ
ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ବନ୍ଦେ ଭାରତ ମିଶନ ଅଧୀନରେ ବିଦେଶରେ ଫସି ରହିଥିବା 2 ଲକ୍ଷ 75 ହଜାର ଭାରତୀୟଙ୍କୁ କୋରୋନା ସଙ୍କଟ ସମୟରେ ଫେରାଇ ଅଣାଯାଇଛି।
ବନ୍ଦେ ଭାରତ ମିଶନ
ଆଜି(ଶନିବାର) ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିମାନ ସଂଖ୍ୟା ବଢାଇବାକୁ ଆମର କ୍ଷମତା, ଗନ୍ତବ୍ୟ ସ୍ଥଳରେ ବିମାନ ଗ୍ରହଣ କରିବାର ଇଚ୍ଛା ଉପରେ ନିର୍ଭର କରେ । ତେବେ ଅଧିକାଂଶ ଯାତ୍ରୀ କେରଳକୁ ଆସିଛନ୍ତି ।
ମେ 7ରୁ ଆରମ୍ଭ ହୋଇଥିବା ଏହି ମିଶନ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ କାର୍ଯ୍ୟ କରୁଛି । ପ୍ରଥମ ପର୍ଯ୍ୟାୟରେ 12ଟି ଦେଶରୁ 15 ହଜାର ଯାତ୍ରୀ ଆସିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ 15ଟି ଦେଶରୁ 1 ଲକ୍ଷ 88 ହଜାର ଯାତ୍ରୀ ଆସିଛନ୍ତି । 11 ଜୁନରେ ତୃତୀୟ ପର୍ଯ୍ୟାୟ ଯାତ୍ରୀ ପରିବହନ ଆରମ୍ଭ ହୋଇଛି ।