ଓଡିଶା

odisha

ETV Bharat / bharat

ଦ୍ବାରକାର ରାଜକୀୟ ପ୍ରତିଭା ବିକାଶ ବିଦ୍ୟାଳୟ ଦେଶରେ ଶ୍ରେଷ୍ଠ

ଦ୍ବାରକାର ରାଜକୀୟ ପ୍ରତିଭା ବିକାଶ ବିଦ୍ୟାଳୟ ଦେଶରେ ଶ୍ରେଷ୍ଠ । ଏଜୁକେଶନ ଓ୍ବାର୍ଲ୍ଡ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି । ତେବେ ପ୍ରକାଶିତ ତାଲିକାରେ 3ଟି ସରକାରୀ ସ୍କୁଲ ରହିଥିବା ଜଣାପଡ଼ିଛି ।

By

Published : Sep 25, 2019, 6:53 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ଶିକ୍ଷାର ମାନ, ବ୍ୟବସ୍ଥା ଓ ଅନ୍ୟାନ୍ୟ ଶିକ୍ଷା ଏବଂ ସ୍କୁଲ ସହିତ ଜଡ଼ିତ ବିଭିନ୍ନ ମାପଦଣ୍ଡକୁ ନେଇ ଏଜୁକେଶନ ଓ୍ବାର୍ଲ୍ଡ ନାମକ ଏକ ସଂସ୍ଥା ଦେଶର 10ଟି ସ୍କୁଲର ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକାରେ 3ଟି ସରକାରୀ ସ୍କୁଲ ରହିଛି । ତେବେ ପ୍ରକାଶିତ ତାଲିକାରେ ଦ୍ବାରକାରେ ଥିବା ରାଜକୀୟ ପ୍ରତିଭା ବିକାଶ ବିଦ୍ୟାଳୟ ରହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ବିଦ୍ୟାଳୟର ଏହି ସଫଳତା ପାଇଁ ଏହାର ଅଧ୍ୟକ୍ଷ ଡା. ରାଜପାଲ ସିଂ ଏହାର ଶ୍ରେୟ ପୂର୍ବତନ ଅଧ୍ୟକ୍ଷ ଡା. ଟିପି ସିଂଙ୍କୁ ଦେଇଛନ୍ତି । ସେ କହିଛନ୍ତି, ବିଦ୍ୟାଳୟ ଆଜି ଏହି ସ୍ଥାନରେ ପହଞ୍ଚିବା ପାଇଁ ସ୍କୁଲର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଉଛି । ସମସ୍ତଙ୍କ ମିଳିତ ପ୍ରୟାସରେ ବିଦ୍ୟାଳୟ ଏହି ସଫଳତା ପାଇପାରିଛି ।

ଏହା ସହିତ ସେ ପୂର୍ବତନ ଅଧ୍ୟକ୍ଷ ଟିପି ସିଂହଙ୍କର ମଧ୍ୟ ପ୍ରଶଂସା କରିଛନ୍ତି । ପ୍ରଶଂସା କରି ଅଧ୍ୟକ୍ଷ ରାଜପାଲ କହିଛନ୍ତି, ଟିପି ସିଂହ ଏହି ବିଦ୍ୟାଳୟ ପାଇଁ ଅନେକ କିଛି କରିଛନ୍ତି । ନିଜ ପ୍ରଚେଷ୍ଟାରେ ସେ ଏହାର ମୂଳଦୁଆକୁ ମଜଭୁତ କରିପାରିଛନ୍ତି । ଯାହାର ପରିଣାମ ଆଜି ସମସ୍ତଙ୍କ ସାମ୍ନାରେ ବୋଲି ସେ କହିଛନ୍ତି ।

ସେହିଭଳି ତାଙ୍କର ଶିକ୍ଷକତା ଜୀବନ କାଳ ମଧ୍ୟରେ କେହି ମୁଖ୍ୟମନ୍ତ୍ରୀ ରାତ୍ରିଭୋଜନରେ ନିମନ୍ତ୍ରଣ କରିବା ପ୍ରଥମ ଘଟଣା ବୋଲି ରାଜପାଲ କହିଛନ୍ତି । ବିଦ୍ୟାଳୟ ଶୀର୍ଷ ସ୍ଥାନ ଅକ୍ତିଆର କରିବା ପରେ ରାଜପାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ଯାହା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଏବଂ ଏହା ତାଙ୍କ ଶିକ୍ଷକତା ଜୀବନ ମଧ୍ୟରେ ପ୍ରଥମ ଘଟଣା ବୋଲି କହିଛନ୍ତି ରାଜପାଲ ।

ABOUT THE AUTHOR

...view details