ଓଡିଶା

odisha

ETV Bharat / bharat

ପାକିସ୍ତାନୀ ସାମ୍ବାଦିକଙ୍କୁ ବନ୍ଧୁତ୍ବର ହାତ ବଢାଇଲେ ଭାରତୀୟ ରାଷ୍ଟ୍ରଦୂତ - ଜାତିସଂଘ ସୁରକ୍ଷା ପରିଷଦ

ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନରେ ନିଆରା ଷ୍ଟାଇଲରେ ପ୍ରଭାବୀ ଉତ୍ତର ଦେଇଛନ୍ତି ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ସୟିଦ ଆକବରୁଦ୍ଦିନ ।

ଫଟୋ ସୌଜନ୍ୟ: ଟ୍ବିଟର@ANI

By

Published : Aug 17, 2019, 8:58 PM IST

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧଦ୍ବାର ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଜବାବ ଦେଇ ଚର୍ଚ୍ଚାରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ସୟିଦ ଆକବରୁଦ୍ଦିନ । ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରଶ୍ନରେ ନିଆରା ଷ୍ଟାଇଲରେ ପ୍ରଭାବୀ ଉତ୍ତର ଦେଇଛନ୍ତି ସେ । ସେମାନଙ୍କ ସହ ହାତ ମିଳାଇ ତାଙ୍କ ଆଡକୁ ବନ୍ଧୁତ୍ବର ହାତ ମଧ୍ୟ ବଢାଇଛନ୍ତି ଆକବରୁଦ୍ଦିନ । ତେବେ ଜବାବ ଦେବାର ଏହି ଶୈଳୀ ସମସ୍ତଙ୍କୁ ଆକୃଷ୍ଟ କରିଛି ।

ଭିଡିଓ ସୌଜନ୍ୟ: ଟ୍ବିଟର@ANI

ପ୍ରକାଶ ଯେ, କାଶ୍ମୀର ପ୍ରସଙ୍ଗରେ ଜାତିସଂଘ ନିରାପତ୍ତା ପରିଷଦର ରୁଦ୍ଧଦ୍ବାର ବୈଠକ ପରେ ଭାରତ କେବେ ପାକିସ୍ତାନ ସହ ଦ୍ବିପାକ୍ଷିକ ଆଲୋଚନା କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଜଣେ ପାକିସ୍ତାନୀ ସାମ୍ବାଦିକ ଆକବରୁଦ୍ଦିନଙ୍କୁ ପ୍ରଶ୍ନ କରିଥିଲେ । ଏହାପରେ ସେ ତତକ୍ଷଣାତ୍ ମଞ୍ଚରୁ ତଳକୁ ଓହ୍ଲାଇ ପାକିସ୍ତାନୀ ସାମ୍ବାଦିକଙ୍କ ପାଖକୁ ଯାଇ କହିଥିଲେ, ଏହାର ଆରମ୍ଭ ମୁଁ ଆପଣମାନଙ୍କ ପାଖକୁ ଆସି ଏବଂ ଆପଣମାନଙ୍କ ସହ ହାତ ମିଳାଇ କରିବି । ଏହା ପରେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ 3 ଜଣ ପାକିସ୍ତାନୀ ସାମ୍ବାଦିକଙ୍କ ସହ ହାତ ମିଳାଇଥିଲେ ଆକବରୁଦ୍ଦିନ ।

ଏହାପରେ ସେ କହିଥିଲେ, କଶ୍ମୀର ପ୍ରସଙ୍ଗରେ ଭାରତ ସବୁବେଳେ ଶିମଲା ରାଜିନାମାକୁ ନେଇ ପ୍ରତିବଦ୍ଧ । ପାକିସ୍ତାନ ସହ କଥା ହେବା ପାଇଁ ଭାରତ ପାକିସ୍ତାନକୁ ପ୍ରଥମେ ହାତ ବଢ଼ାଇ ସାରିଛି । ଏବେ ପାକିସ୍ତାନର ଜବାବର ଅପେକ୍ଷାରେ ଅଛୁ ବୋଲି ଆକବରୁଦ୍ଦିନ କହିଥିଲେ । ତେବେ ଆକବରୁଦ୍ଦିନଙ୍କ କଥାବାର୍ତ୍ତା ଶୈଳୀ ଦେଖି ସେଠାରେ ଉପସ୍ଥିତ ସମସ୍ତେ ତାଙ୍କର ପ୍ରଶଂସା କରିଥିଲେ ।

ABOUT THE AUTHOR

...view details