ଓଡିଶା

odisha

ETV Bharat / bharat

ବାଘ ଗଣନାରେ ଗିନିଜ ୱାର୍ଲ୍ଡ ରେକର୍ଡ, 2018 କ୍ୟାମେରା-ଟ୍ରାପ ଭାରତରେ ସର୍ବାଧିକ - Guinness Record

ଭାରତରେ ବାଘ ଆକଳନ 2018 ମସିହା ପାଇଁ ରେକର୍ଡ ସ୍ଥାନକୁ ପ୍ରବେଶ କରିଛି। ଏହାସହ ସର୍ବ ବୃହତ କ୍ୟାମେରା-ଟ୍ରାପ ବନ୍ୟଜନ୍ତୁ ସର୍ବେକ୍ଷଣ ପାଇଁ ଶନିବାର ଦିନ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ପୁରସ୍କୃତ ହୋଇଛି।

ବାଘ ଗଣନାରେ ଗିନିଜ ୱାର୍ଲ୍ଡ ରେକର୍ଡ, 2018 କ୍ୟାମେରା-ଟ୍ରାପରେ ଭାରତରେ ସର୍ବାଧିକ
ବାଘ ଗଣନାରେ ଗିନିଜ ୱାର୍ଲ୍ଡ ରେକର୍ଡ, 2018 କ୍ୟାମେରା-ଟ୍ରାପରେ ଭାରତରେ ସର୍ବାଧିକ

By

Published : Jul 11, 2020, 1:27 PM IST

Updated : Jul 11, 2020, 1:47 PM IST

ନୂଆଦିଲ୍ଲୀ: ଭାରତରେ ବାଘ ଆକଳନ 2018 ମସିହା ପାଇଁ ରେକର୍ଡ ସ୍ଥାନକୁ ପ୍ରବେଶ କରିଛି। ଏହାସହ ସର୍ବ ବୃହତ କ୍ୟାମେରା-ଟ୍ରାପ ବନ୍ୟଜନ୍ତୁ ସର୍ବେକ୍ଷଣ ପାଇଁ ଶନିବାର ଦିନ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ପୁରସ୍କୃତ ହୋଇଛି। ଏନେଇ ଟ୍ୱିଟରରେ ଖବର ଦେଇ ପରିବେଶ, ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭେଡେକର ଦାବି କରିଛନ୍ତି, ଯେ ଟାର୍ଗେଟର ଚାରି ବର୍ଷ ପୂର୍ବରୁ ଦେଶରେ ଟାଇଗରଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇପାରିବ।

"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସଂଙ୍କଳ୍ପେସିଦ୍ଧି ମାଧ୍ୟମରେ ଟାର୍ଗେଟର 4 ବର୍ଷ ପୂର୍ବରୁ ଭାରତ ଟାଇଗର ସଂଖ୍ୟାକୁ ଦ୍ୱିଗୁଣିତ କରିବା ପାଇଁ ସଂକଳ୍ପ ପୂରଣ କରିଛି। ସର୍ବ ବୃହତ କ୍ୟାମେରା-ଟ୍ରାପ ୱାଇଲ୍ଡ ଲାଇଫ ସର୍ଭେ ହେତୁ ଅଲ ଇଣ୍ଡିଆ ଟାଇଗର ଆକଳନ ବର୍ତ୍ତମାନ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। , ପ୍ରକୃତରେ ଏକ ଉତ୍ତମ ମୁହୂର୍ତ୍ତ ଏବଂ ଆତ୍ମନିର୍ଭର ଭାରତର ଏକ ଜ୍ବଳନ୍ତ ଉଦାହରଣ ବୋଲି ଜାଭଡେକର ଟ୍ବିଟ କରିଛନ୍ତି।''

2018 ରେ ଭାରତରେ ପ୍ରାୟ 2,967 ବାଘ ରହିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରେ ରହିଥିଲେ। ସେଥିମଧ୍ୟରୁ କ୍ୟାମେରା ଟ୍ରାପଗୁଡିକ 139 ଅଧ୍ୟୟନ ସାଇଟରେ 26,760 ବିଭିନ୍ନ ସ୍ଥାନରେ ରଖାଯାଇଥିଲା। ଯାହା ପ୍ରାୟ 35 ନିୟୁତ ଫଟୋ ସୃଷ୍ଟି କରିଥିଲା, ଯେଉଁଥିରେ 76,523 ଟାଇଗର ଏବଂ 51,337 ଚିତାବାଘ ଫଟୋ ମଧ୍ୟ ରହିଥିଲା ।

ପ୍ରଧାନମନ୍ତ୍ରୀ ମୋଦି ଏହି ତଥ୍ୟ ପ୍ରକାଶ କରିଛନ୍ତି, ଯାହା ପ୍ରକୃତିପ୍ରେମୀଙ୍କ ଖୁସି କରିଥିଲା। 2014 ମସିହାରେ ଟାଇଗରଙ୍କ ସଂଖ୍ୟା 2226 ରୁ 2967 କୁ ବୃଦ୍ଧି ପାଇଛି । 2014 ରେ ଶେଷ ଜନଗଣନା ଠାରୁ ଜନସଂଖ୍ୟା ପ୍ରାୟ 33% ବୃଦ୍ଧି ପାଇଥିଲା ଯେତେବେଳେ ସମୁଦାୟ ଆକଳନ ୨୨୨ ଥିଲା ।

ବାଘ ଜନଗଣନାରେ ଏହା କେବଳ ଏକ ନୂତନ ବିଶ୍ୱ ମାନ୍ୟତା ଦେଇନାହିଁ ବରଂ ଉତ୍ସାହଜନକ ଫଳାଫଳ। ଏହା ବାଘ ସଂରକ୍ଷଣ କ୍ଷେତ୍ରରେ ଭାରତର ଉଦ୍ୟମକୁ ସଫଳ କରିଛି। ଅର୍ଥାତ୍ ବନ୍ୟ ଜନ୍ତୁଙ୍କ ପାଇଁ ଭାରତ ସବୁଠୁ ଭଲ ସୁରକ୍ଷିତ ବାସସ୍ଥାନ ହୋଇପାରିଛି।

Last Updated : Jul 11, 2020, 1:47 PM IST

ABOUT THE AUTHOR

...view details