ଓଡିଶା

odisha

ETV Bharat / bharat

ବିଦେଶରୁ ଆସୁଥିବା ଭାରତୀୟଙ୍କ ପାଇଁ ବାଧ୍ୟତାମୂଳକ ‘ଆରୋଗ୍ୟ ସେତୁ’ ଆପ୍ - ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକ

ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକ, ଯେଉଁମାନେ ସ୍ବତନ୍ତ୍ର ବିମାନ ମାଧ୍ୟମରେ ଆସିବେ ସେମାନେ ଭାରତରେ ପହଞ୍ଚିବା ପରେ ‘ଆରୋଗ୍ୟ ସେତୁ’ ମୋବାଇଲ୍ ଆପ୍ ଡାଉନଲୋଡ୍ କରିବା ବାଧ୍ୟତାମୂଳକ । ଅଧିକ ପଢନ୍ତୁ...

arogya setu app
‘ଆରୋଗ୍ୟ ସେତୁ ଆପ୍

By

Published : May 6, 2020, 11:40 AM IST

ନୂଆଦିଲ୍ଲୀ: ବିଦେଶରେ ଫସି ରହିଥିବା ଭାରତୀୟ ନାଗରିକ, ଯେଉଁମାନେ ସ୍ବତନ୍ତ୍ର ବିମାନ ମାଧ୍ୟମରେ ଆସିବେ ସେମାନେ ଭାରତରେ ପହଞ୍ଚିବା ପରେ ‘ଆରୋଗ୍ୟ ସେତୁ’ ମୋବାଇଲ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ। ମଙ୍ଗଳବାର ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପୂଣ୍ଣ୍ୟା ସଲିଲା ଶ୍ରୀବାସ୍ତବ କହିଛନ୍ତି ଯେ ଭାରତୀୟ ରେଳ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରବାସୀଙ୍କ ପାଇଁ 62ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିଛି ଯେଉଁଥିରେ ପ୍ରାୟ 70,000 ଲୋକ ଯାତ୍ରା କରିଛନ୍ତି। ସେ ଦୈନିକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମଙ୍ଗଳବାର ଏହିପରି 13 ଟି ଟ୍ରେନ୍ ଚଳାଚଳ କରିବ ବୋଲି ଆଶା କରାଯାଉଛି।

ବିଦେଶରେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଯୋଜନା ବିଷୟରେ ଶ୍ରୀବାସ୍ତବ କହିଛନ୍ତି ଯେ ବିଭିନ୍ନ ଦେଶର ଦୂତାବାସ ଏହି ତାଲିକା ପ୍ରସ୍ତୁତ କରୁଛନ୍ତି। ଶ୍ରୀବାସ୍ତବ କହିଛନ୍ତି, ‘ବିମାନରେ ବସିବା ପୂର୍ବରୁ ଯାତ୍ରୀମାନଙ୍କୁ ସ୍କ୍ରିନିଂ କରାଯିବ ଏବଂ ଯେଉଁମାନଙ୍କର ରୋଗର ଲକ୍ଷଣ ନାହିଁ ସେମାନଙ୍କୁ ଅନୁମତି ଦିଆଯିବ। ପ୍ରତ୍ୟେକ ଯାତ୍ରୀଙ୍କୁ ସ୍ବାସ୍ଥ୍ୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ’।

ସେ କହିଛନ୍ତି ଯେ ଭାରତକୁ ଫେରିବା ପରେ ଯାତ୍ରୀମାନଙ୍କୁ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବାକୁ ପଡିବ। ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ଓ ସଂପୃକ୍ତ ରାଜ୍ୟ ସରକାର ସେମାନଙ୍କୁ କ୍ବାରେନଟାଇନରେ ରଖିବା ପାଇଁ ବ୍ୟବସ୍ଥା କରିବ ।

ଏହି ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏକ ବିସ୍ତୃତ ବିବରଣୀ ପ୍ରକାଶ ପାଇବ ବୋଲି ଅଧିକାରୀ କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଏଭଳି ଯାତ୍ରୀଙ୍କୁ ଯାଞ୍ଚ କରାଯିବ ଏବଂ ସେମାନଙ୍କୁ 14 ଦିନ ଅଲଗା ଅଲଗା ବାସସ୍ଥାନରେ ରହିବାକୁ ପଡିବ ।

ABOUT THE AUTHOR

...view details