ଓଡିଶା

odisha

By

Published : Apr 27, 2020, 11:46 PM IST

ETV Bharat / bharat

ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଉଛି ଭାରତୀୟ ଯୁବ କଂଗ୍ରେସ

ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ମାସ୍କ ପ୍ରସ୍ତୁତ କରାଯାଉଛି । ମୋଟ 1 କୋଟି ମାସ୍କ ବନାଇବାର ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ...

ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଉଛି ଭାରତୀୟ ଯୁବ କଂଗ୍ରେସ
ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଉଛି ଭାରତୀୟ ଯୁବ କଂଗ୍ରେସ

ନୂଆଦିଲ୍ଲୀ: ଦେଶରେ ବିପତ୍ତିବେଳେ ଗରିବ ଓ ଅସହାୟଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ଅନେକ ଘରୋଇ ସଂସ୍ଥା, ସ୍ବେଚ୍ଛାସେବୀ ସଙ୍ଗଠନ । ଏପରି ସମୟରେ ଅନେକ ରାଜନୈତିକ ଦଳ ମଧ୍ୟ ନିଜ ନିଜ ଉଦ୍ୟମରେ ସବୁପ୍ରକାର ସହଯୋଗ ଯୋଗାଉଛନ୍ତି । ସେହିପରି ଭାରତୀୟ ଯୁବ କଂଗ୍ରେସ ମଧ୍ୟ ଅଭାବୀ ଲୋକଙ୍କୁ ବିପଦବେଳେ ସହାୟତାର ହାତ ବଢାଇଛି ।

ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଉଛି ଭାରତୀୟ ଯୁବ କଂଗ୍ରେସ

ଭାରତୀୟ ଯୁବ କଂଗ୍ରେସ ପକ୍ଷରୁ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ମାସ୍କ ପ୍ରସ୍ତୁତ କରାଯାଉଛି । ଗରିବ ଓ ଅସହାୟ ଲୋକଙ୍କ ପାଇଁ ଏହି ମାସ୍କ ବନାଯାଉଥିବା ଯୁବ କଂଗ୍ରେସର ସଭାପତି କହିଛନ୍ତି । ମୋଟ 1 କୋଟି ମାସ୍କ ବନାଇବାର ଲକ୍ଷ୍ୟ ରଖାଯାଇଛି । ସେହିପରି ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଉଛି ଯୁବ କଂଗ୍ରେସ ।

ଭୋକିଲାଙ୍କୁ ଖାଇବା ଯୋଗାଇବା ପାଇଁ ଏହା କାର୍ଯ୍ୟାଳୟରେ ଅନେକ ରୁଟି ମେସିନ ବସାଇଛି । ଏହି କାମରେ ଅନ୍ୟ ରାଜ୍ୟର ଶ୍ରମିକଙ୍କୁ ଲଗାଯାଇଛି । ସେମାନେ ରାଜ୍ୟ ଛାଡି ପଳାଉଥିବାବେଳେ ଏହି କାମରେ ଲଗାଇ ଦରମା ଦେଉଛି ଯୁବ କଂଗ୍ରେସ । ଘରୁ ଆଣିବା ଓ ଛାଡିବା ସୁବିଧା ଦେବା ସହ ରାସନ ମଧ୍ୟ ପ୍ରଦାନ କରାଯାଉଛି ।

କାର୍ଯ୍ୟାଳୟ ପରିସରରେ ଗରିବ ଓ ଅଭାବୀଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଉଛି । ସେହିପରି ରନ୍ଧା ଖାଦ୍ୟ, ମାସ୍କ ଓ ସାବୁନ ମଧ୍ୟ ଦିଆଯାଉଥିବା ଯୁବ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ବିପଦ ସମୟରେ ଗରିବ ଓ ଅସହାୟଙ୍କ କଥା ବୁଝିବାରେ ଯୁବ କଂଗ୍ରେସର ଏପରି ପ୍ରୟାସକୁ ଦଳ ପକ୍ଷରୁ ପ୍ରଶଂସା କରାଯାଇଛି ।

ସୌଜନ୍ୟ@ANI

ABOUT THE AUTHOR

...view details