ଓଡିଶା

odisha

ETV Bharat / bharat

‘ନାରୀ ଅପରାଧ ନିନ୍ଦନୀୟ, ମହିଳା ସର୍ବଦା ପୂଜନୀୟା’ - ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ସଚେତନତା ମାଧ୍ୟମରେ ହିଁ ମହିଳାଙ୍କ ଉପରେ ହେଉଥିବା ଅପରାଧିକ କାର୍ଯ୍ୟର ଅନ୍ତ ଘଟିପାରିବ ବୋଲି ପୁଣେ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଉପରାଷ୍ଟ୍ରପତି। ଭାରତୀୟ ସମାଜରେ ମହିଳାଙ୍କ ସ୍ଥାନ ସର୍ବଦା ଉଚ୍ଚରେ ରହିଥାଏ। ଜଣେ ନାରୀ ସର୍ବଦା ମା, ଭଉଣୀ ଆଦି ବିଭିନ୍ନ ରୂପରେ ପୂଜା ପାଇଥାଏ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ।

vice president
vice president

By

Published : Dec 8, 2019, 5:18 PM IST

ପୁଣେ: ଦେଶରେ ମହିଳାଙ୍କ ଉପରେ ବୃଦ୍ଧି ପାଉଥିବା ଅପରାଧକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। ଦେଶର ମହିଳାଙ୍କୁ ଭାରତୀୟ ପରମ୍ପରା ମା, ଭଉଣୀ ଭାବରେ ପୂଜା କରିଆସିଛି। ଦେଶରେ ମହିଳାଙ୍କ ଉପରେ ଘଟୁଥିବା ଏହି ଅପରାଧ ନିନ୍ଦନୀୟ ବୋଲି ସେ କହିଛନ୍ତି।

ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି। ତେଣୁ ସଚେତନତା ମାଧ୍ୟମରେ ହିଁ ଏଭଳି ଅପରାଧିକ ଘଟଣାର ଅନ୍ତ ଘଟିପାରିବ ବୋଲି ପୁଣେ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି। ଭାରତୀୟ ସମାଜରେ ମହିଳାଙ୍କ ସ୍ଥାନ ସର୍ବଦା ଉଚ୍ଚରେ ରହିଥାଏ। ଜଣେ ନାରୀ ମା, ଭଉଣୀ ଆଦି ବିଭିନ୍ନ ରୂପରେ ପୂଜା ପାଇଥାଏ।

ଗତକାଲି ୱାୟନାଡର ଲୋକସଭା ଆସନର ସାଂସଦ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ଦୃଢ ନିନ୍ଦା କରିଛନ୍ତି ଭେଙ୍କୟା ନାଇଡୁ। ଏନେଇ ସେ କହିଛନ୍ତି ଯେ, ଏହାକୁ ନେଇ ରାଜନୀତି କରାନଯାଉ। ଏଭଳି କହି ଭାରତର ମାନକୁ ହ୍ରାସ କରା ନଯାଉ।

ଶନିବାର ୱାୟନାଡ ଗସ୍ତରେ ଯାଇଥିବା ବେଳେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଭାରତ ଦୁଷ୍କର୍ମକାରୀଙ୍କ ରାଜଧାନୀ। ଜନସଭାକୁ ସମ୍ବୋଧିତ କରିବା ଅବସରରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ ସେ। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟର ଶିକ୍ଷାଦାନରେ ଭାରତୀୟ ସଂସ୍କୃତି ଏବଂ ମହିଳାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ସମ୍ପର୍କରେ ଶିକ୍ଷା ଦିଆଯିବା ଉଚିତ। ଫଳରେ ଶିକ୍ଷାର୍ଥୀଙ୍କ ମଧ୍ୟରେ ନୂଆ ଚେତନା ଜାଗ୍ରତ ହେବ।

ABOUT THE AUTHOR

...view details