ଓଡିଶା

odisha

By

Published : Jul 26, 2020, 3:56 PM IST

ETV Bharat / bharat

ତିବ୍ଦତରେ ଚୀନ ସେନାର ଶିବିର ଦେଇ ଗତି କଲା ଭାରତୀୟ ଗୁପ୍ତଚର ଉପଗ୍ରହ

ଭାରତର ପ୍ରମୁଖ ଗୁପ୍ତଚର ସଂଗ୍ରହ ଉପଗ୍ରହ ଏମିସାଟ୍‍ ଶନିବାର ଏହି ଉପଗ୍ରହ ଅରୁଣାଚଳ ପ୍ରଦେଶ ନିକଟସ୍ଥ ତିବ୍ଦତରେ କବ୍ଜା କରିଥିବା ଚୀନ ସୈନିକଙ୍କ ଶିବିର ଦେଇ ଗତି କରିଥିଲା ।

ଗୁପ୍ତଚର ଉପଗ୍ରହ
ଗୁପ୍ତଚର ଉପଗ୍ରହ

ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦ ମଧ୍ୟରେ ଭାରତର ପ୍ରମୁଖ ଗୁପ୍ତଚର ସଂଗ୍ରହ ଉପଗ୍ରହ ଏମିସାଟ୍‍ ତିବ୍ଦତରେ ଚୀନ ପିପୁଲ୍ସ ଲିବରେସନ୍ ଆର୍ମି ଉପରେ କଡା ନଜର ରଖିଛି । ଚୀନ ସୈନିକଙ୍କ ସ୍ଥିତିକୁ ସେ ଭଲ ଭାବରେ ଅନୁଧ୍ୟାନ କରିଥିବା ଜଣାପଡିଛି । ଏହି ଉପଗ୍ରହ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆରଡିଓ) ଦ୍ବାରା ପରିଚାଳିତ ହେଉଛି ।

ଏହି ଉପଗ୍ରହ ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍ସ ପ୍ୟାକେଜ୍ ବହନ କରେ । ଯାହାର କ୍ଷମତାକୁ ସୈନ୍ୟ ଉଦ୍ଦେଶ୍ୟ ପାଇଁ ଅପରେଶନରେ ବ୍ୟବହାର କରାଯାଏ । ତେବେ ଶନିବାର ଏହି ଉପଗ୍ରହ ଅରୁଣାଚଳ ପ୍ରଦେଶ ନିକଟସ୍ଥ ତିବ୍ଦତରେ କବ୍ଜା କରିଥିବା ଚୀନ ସୈନିକଙ୍କ ଶିବିର ଦେଇ ଗତି କରିଥିଲା । ଏନେଇ ଏକ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି ।

ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଦ୍ୱାରା ନିର୍ମିତ ଏମିସାଟ୍‌ର ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍ସ ମିଶନ୍ ରେଡିଓ ସିଗନାଲ୍ ଉପରେ ନଜର ରଖେ । ଯାହା ଶତ୍ରୁ ଅଞ୍ଚଳରେ ପ୍ରସାରଣର ସମସ୍ତ ଉତ୍ସର ପ୍ରକୃତି ଏବଂ ସ୍ଥାନ ନିର୍ଣ୍ଣୟ କରିବା ପାଇଁ ବ୍ୟବହୃତ ହୁଏ ।

ସୂତ୍ର ଅନୁଯାୟୀ, ଚୀନ ସୈନ୍ୟମାନେ ଡେପସଙ୍ଗ ସେକ୍ଟରରେ ଏକତ୍ରିତ ହୋଇଛନ୍ତି । ଚୀନ ସେନା 2013 ରେ ମଧ୍ୟ ଡିପସଙ୍ଗରେ ପ୍ରବେଶ କରିଥିଲା ​​। ନିକଟରେ ଭାରତୀୟ ରାଡାର ଅନୁସନ୍ଧାନ ଉପଗ୍ରହ ରିସାଟ୍‌-2ବିଆର1 ଆଫ୍ରିକାର ହର୍ନର ଜିବୁଟିରେ ଚୀନ ନୌସେନାର ଶିବିର ଦେଇ ଗତି କରିଥିଲା ।

ସେହିପରି ଜୁଲାଇ 11 ରେ ଏମିସାଟ୍‌ର ଇଲେକ୍ଟ୍ରୋନିକ୍ ଇଣ୍ଟେଲିଜେନ୍ସ ମିଶନ୍ ପାକିସ୍ତାନ ନୌସେନାର ଓରମାରା ବେସ ନିକଟରେ ଗତି କରିଥିଲା ​​। ଏହି ବେସରେ ବୁଡ଼ାଜାହାଜ ଲୁଚି ରହିବାର ସୁବିଧା ମଧ୍ୟ ରହିଛି ।

ଯଦିଓ ପ୍ରକୃତ ନିୟନ୍ତ୍ରଣ ରେଖାରେ ବିବାଦକୁ ନେଇ ଭାରତ ଏବଂ ଚୀନ ମଧ୍ୟରେ ଆଲୋଚନା ଜାରି ରହିଛି । ତଥାପି ଲଦାଖ ଏବଂ କାଶ୍ମୀରରେ ପାକିସ୍ତାନ ଏବଂ ଚୀନ ଆସନ୍ତା ଶୀତ ସମୟରେ ଭାରତ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି ।

ABOUT THE AUTHOR

...view details