ଓଡିଶା

odisha

ETV Bharat / bharat

ଫସର ଫାଟିବ ପାକିସ୍ତାନର ଷଡଯନ୍ତ୍ର, ଡ୍ରୋନ ଖସାଇବା ନେଇ ଯବାନଙ୍କୁ ତାଲିମ - kill drones

ସେନାକୁ ଦିଆଗଲା ଡ୍ରୋନ ଖସାଇବାର ତାଲିମ । ସୀମାରେ ଶତ୍ରୁଦେଶ ପକ୍ଷରୁ ଡ୍ରୋନ ସାହାଯ୍ୟରେ ଆକ୍ରମଣର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସେନାକୁ ଏହି ତାଲିମ ଦିଆଯାଇଛି । ଅଧିକ ପଢ଼ନ୍ତୁ...

କାଶ୍ମୀରରେ ଡ୍ରୋନ ଖସାଇବାକୁ ସେନାକୁ ତାଲିମ
କାଶ୍ମୀରରେ ଡ୍ରୋନ ଖସାଇବାକୁ ସେନାକୁ ତାଲିମ

By

Published : Oct 14, 2020, 10:32 AM IST

Updated : Oct 14, 2020, 10:48 AM IST

ଶ୍ରୀନଗର:ଜମ୍ମୁ ଓ କାଶ୍ମୀରରେ ଡ୍ରୋନ ଖସାଇବାକୁ ସେନାକୁ ଦିଆଗଲା ତାଲିମ। ସୀମାରେ ଶତ୍ରୁ ଦେଶ ଡ୍ରୋନ ଦ୍ବାରା ଆକ୍ରମଣ କରିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଯବାନମାନଙ୍କୁ ଡ୍ରୋନ କିଭଳି ଭାବେ ଖସାଯାଇପାରିବ ସନେଇ ତାଲିମ ଦିଆଯାଇଛି ।

15 କର୍ପସ ବ୍ୟାଟେଲ ସ୍କୁଲର ପ୍ରିଶିକ୍ଷକ ଯବାନଙ୍କୁ ଏହି ତାଲିମ ଦେଇଛନ୍ତି । ଏନେଇ ଜଣେ ପ୍ରଶିକ୍ଷକ କହିଛନ୍ତି ଯେ, "ବର୍ତ୍ତମାନ ସୀମାରେ ବାରମ୍ବାର ସେନା ଉପରେ ଆକ୍ରମଣ ହେଉଛି। ଏହାସହ ଶତ୍ରୁ ଦେଶ ସେନା ଉପରେ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରିବା ନେଇ ଆଶଙ୍କା ଦେଖା ଦେଇଛି । ଏଥିପାଇଁ ବାସ୍ତବରେ କଭଳି ଡ୍ରୋନକୁ ଖସାଯିବ ? ସେନେଇ ତାଲିମ ଦିଆଯାଇଛି ।"

ଏଲଓସି ଓ କାଶ୍ମୀର ଉପତ୍ୟାକା ପୋଷ୍ଟରେ ମୁତୟନ ହେବାକୁ ଥିବା ଯବାନଙ୍କୁ ବ୍ୟାଟେଲ ସ୍କୁଲରେ ତାଲିମ ଦିଆଯାଇଥାଏ । ଏଲଓସିରେ ପାଇଁ ଯବାନମାନଙ୍କୁ 14 ଦିନ ତାଲିମ ଦିଆଯାଇଥାଏ । ସେହିଭଳି କାଶ୍ମୀର ଉପତ୍ୟାକା ପାଇଁ ଯବାନମାନଙ୍କୁ 28 ଦିନ ଟ୍ରେନିଂ ଦିଆଯାଇଥାଏ ।

ଗତମାସରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ଚୀନଠାରୁ ବହୁ ସଂଖ୍ୟକ ଡ୍ରୋନ କିଣିଥିବା ନେଇ ସୂଚନା ମିଳିଛି । ଚୀନ ପାକିସ୍ତାନ ଅର୍ଥନୀତି କରିଡରର ସୁରକ୍ଷା ଆଳରେ ପାକିସ୍ତାନକୁ ଏହି ଡ୍ରୋନ ଦେଇଛି ଚୀନ। ଏହାପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାର ନୂଆ ଉପାୟ ଖୋଜି ପାଇଥିବା ନେଇ ଚର୍ଚ୍ଚା ହେଉଛି। ସୀମାରେ କଡ଼ା ସୁରକ୍ଷା ବଳୟ ଯୋଗୁଁ ବର୍ତ୍ତମାନ ପାକିସ୍ତାନ କାଶ୍ମୀର ଉପତ୍ୟାକାରେ ଆତଙ୍କବାଦୀ ବା ଅସ୍ତ୍ରଶସ୍ତ୍ର ପ୍ରବେଶ କରାଇବାରେ ଅସମର୍ଥ ହୋଇଛି।

@ians

Last Updated : Oct 14, 2020, 10:48 AM IST

ABOUT THE AUTHOR

...view details