ଓଡିଶା

odisha

ETV Bharat / bharat

ଗୁରୁ ନାନକଙ୍କ 550ତମ ଜୟନ୍ତୀ: ପାକିସ୍ତାନରେ ପହଞ୍ଚିଲେ 1100 ଭାରତୀୟ ଶିଖ୍ ଶ୍ରଦ୍ଧାଳୁ - guru nanak 550th birth anniversary

ଗୁରୁ ନାନକ ଦେବଙ୍କ 550ତମ ଜନ୍ମ ଜୟନ୍ତୀରେ ସାମିଲ ହେବାକୁ ପାକିସ୍ତାନର ଲାହୋରରେ ପହଞ୍ଚିଛନ୍ତି 1100 ଭାରତୀୟ ଶିଖ୍ ଶ୍ରଦ୍ଧାଳୁ। ଅଧିକ ପଢନ୍ତୁ...

ଫାଇଲ ଫଟୋ

By

Published : Nov 1, 2019, 11:46 AM IST

ଇସଲାମାବାଦ: ପାକିସ୍ତାନର ଲାହୋରରେ ପହଞ୍ଚିଛନ୍ତି 1100 ଭାରତୀୟ ଶିଖ୍ ଶ୍ରଦ୍ଧାଳୁ। ଶିଖ୍ ଧର୍ମର ସଂସ୍ଥାପକ ଗୁରୁ ନାନକ ଦେବଙ୍କ 550ତମ ଜନ୍ମ ଜୟନ୍ତୀରେ ସାମିଲ ହେବା ପାଇଁ ସେମାନେ ସେଠାକୁ ଯାତ୍ରା କରିଛନ୍ତି। ଏହାସହିତ ପାକିସ୍ତାନ ଯାତ୍ରା କରିଥିବା ଶିଖ୍ ଶ୍ରଦ୍ଧାଳୁ ନଭେମ୍ବର 9ରେ ଉଦଘାଟିତ ହେବାକୁ ଥିବା କରତାରପୁର କରିଡର ଉତ୍ସବରେ ମଧ୍ୟ ସାମିଲ ହେବେ। ଇଭାକ୍ବି ଟ୍ରଷ୍ଟ ପ୍ରପୋର୍ଟି ବୋର୍ଡ (ଇଟିପିବି)ର ପ୍ରବକ୍ତା ଅମିର ହାଶମୀ ଏନେଇ ଜଣାଇଛନ୍ତି।

ଗୁରୁବାର ୱାଘା ବର୍ଡର ଦେଇ ଲାହୋରରେ ପହଞ୍ଚିଥିବା ଶିଖ ଶ୍ରଦ୍ଧାଳୁଙ୍କୁ ପଞ୍ଜାବ ଗଭର୍ଣ୍ଣର ଚୌଧୁରୀ ସରବର, ଇଟିପିବି ଚେୟାରମ୍ୟାନ ଆମେର ଅହମ୍ମଦ ଏବଂ ପାକିସ୍ତାନ ଗୁରୁଦ୍ବାର ଶିଖ୍‌ ପ୍ରବନ୍ଧକ କମିଟିର ଅଧ୍ୟକ୍ଷ ସର୍ଦ୍ଦାର ସତୱନ୍ତ ସ୍ବାଗତ କରିଥିଲେ। ଭାରତର ଆସିଥିବା ଶ୍ରଦ୍ଧାଳୁ ନିଜ ସହ ସୁନାର ପାଲଙ୍କି ଆଣିଥିବା କହିଛନ୍ତି ହାଶମୀ। ଏହି ସୁନା ପାଲଙ୍କିକୁ ଟ୍ୟାକ୍ସରୁ ବାଦ ରଖିବାକୁ ଫେଡେରାଲ ବୋର୍ଡ ଅଫ୍ ରେଭିନ୍ୟୁଙ୍କୁ ଅନୁରୋଧ କରାଯାଇଛି।

ଏହାସହିତ ଶିଖ୍ ଶ୍ରଦ୍ଧାଳୁଙ୍କ ପାଇଁ ଖାଦ୍ୟ, ପାନୀୟ, ମେଡିକାଲ, ଗମନାଗମନ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। କରତାରପୁର କରିଡରର ପରିଚାଳନା ପାଇଁ ସ୍ବାକ୍ଷରିତ ହୋଇଥିବା ଗୁରୁତ୍ବପୂର୍ଣ୍ଣ ଚୁକ୍ତିରେ ଗୁରୁବାର ଭାରତ-ପାକିସ୍ତାନ ଦସ୍ତଖତ କରିଛନ୍ତି। ମାତ୍ର ଏବେ ପାକିସ୍ତାନ ପକ୍ଷରୁ ଲଗାଯାଇଥିବା ସେବା ଶୁଳ୍କ 20 ଡଲାର ଉପରେ ଅସମତି ଜାରି ରହିଛି।

ABOUT THE AUTHOR

...view details