ନୂଆଦିଲ୍ଲୀ: ଭାରତ ଗସ୍ତରେ ଅଛନ୍ତି ଚୀନ ରାଷ୍ଟ୍ରଦୂତ ସନ ୱେଇଦାଙ୍ଗ। ଭାରତ-ଚୀନ ସମ୍ପର୍କରେ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଥିବା କହିଛନ୍ତି ସେ। ଦୁଇ ଦେଶ ମଧ୍ୟରେ ଉଚିତ ବୁଝାମଣା, ପାରସ୍ପରିକ ସହଯୋଗ ଏବଂ ସୀମା ବିବାଦ ଦୂର କରିବାକୁ ସେ ଆହ୍ବାନ ଦେଇଛନ୍ତି।
ବିବାଦ ଛାଡ଼ି ବିକାଶ ଉପରେ ଧ୍ୟାନ ଦେବାକୁ ଚୀନ ରାଷ୍ଟ୍ରଦୂତଙ୍କ ଆହ୍ବାନ - ବିକାଶ ଆପଣେଇବାକୁ ଆହ୍ବାନ ଦେଲେ ରାଷ୍ଟ୍ର ଦୂତ
ଭାରତ-ଚୀନ ସମ୍ପର୍କରେ ନୂଆ ମୋଡ। ଦୁଇ ଦେଶ ଏକ ନୂତନ ଯୁଗ ସୃଷ୍ଟି କରିବାକୁ ଯାଉଛନ୍ତି। ପରସ୍ପର ହାତ ମିଳାଇ ବିକାଶ ଆପଣାଇବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରଦୂତ।
ଫଟୋ ସୌଜନ୍ୟ: ଏଏନ୍ଆଇ
ଉଭୟ ଦେଶରେ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ପର୍କ ଉପରେ ମତ ରଖି ସେ କହିଛନ୍ତି, ଭାରତ- ଚୀନ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଯାଉଛନ୍ତି। ଏହା ଯଦି ସଫଳ ହୁଏ ତେବେ ଦୁଇ ରାଷ୍ଟ୍ର ଆଗକୁ ଆହୁରି ବିକାଶର ପଥରେ ଅଗ୍ରସର ହୋଇପାରିବେ। ଚୀନ ଓ ଭାରତ ବିଭିନ୍ନ ପ୍ରସଙ୍ଗରେ ସମୟ ଅନୁସାରେ ସଫଳ ହେବା ଉଚିତ। ଜଣେ ଅନ୍ୟଜଣଙ୍କର ବିକାଶର ମୂଳମନ୍ତ୍ରକୁ ସମ୍ମାନ କରିବା ଆବଶ୍ୟକ ବୋଲି କହିଛନ୍ତି ଚୀନ ରାଷ୍ଟ୍ରଦୂତ।