ଓଡିଶା

odisha

ETV Bharat / bharat

ନେପାଳରେ ଭାରତୀୟଙ୍କୁ ଗୁଳି କରି ହତ୍ୟା, ତଦନ୍ତ ଆରମ୍ଭ - ଅପରାଧ ଖବର

ଭାରତୀୟଙ୍କ ଉପରେ ନେପାଳରେ ଆକ୍ରମଣ ବଢିବାରେ ଲାଗିଛି। ପୂର୍ବରୁ ଏମାସ ଆରମ୍ଭରେ ମଧ୍ୟ ମଲନଗୱାରେ କେତେକ ଆତତାୟୀଙ୍କ ଗୁଳିରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା।

ପ୍ରତୀକାତ୍ମକ ଫଟୋ

By

Published : Mar 28, 2019, 9:27 AM IST

କାଠମାଣ୍ଡୁ: ନେପାଳର ବୁଟୱାଲ ସହରରେ ଜଣେ ଭାରତୀୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଘରକୁ ଫେରୁଥିବାବେଳେ ବୁଧବାର ସନ୍ଧ୍ୟାରେ ତାଙ୍କୁ ଗୁଳିମାଡ ହୋଇଥିବା ଜଣାପଡିଛି । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ ଅନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ 8.30 ସମୟରେ ଏହି ଗୁଳିକାଣ୍ଡ ଘଟିଛି। ମୃତ ଭାରତୀୟ ଜଣକ ଜଣେ ମେକାନିକ୍‌ ଭାବେ କାମ କରନ୍ତି। ବୁଟୱାଲ ସହର ମୈନା ବଗରର ଅଟୋ ଗାଁରେ ଥିବା ଏକ ଗ୍ୟାରେଜରେ ସେ କାମ କରୁଥିଲେ ବୋଲି ସୂଚନା ରହିଛି। ଗତକାଲି କାମ ସାରି ସେ ନିଜ ଭଡା ଘରକୁ ଫେରୁଥିବାବେଳେ ତାଙ୍କୁ ଜଣେ ଅଜଣା ଦୁର୍ବୁତ୍ତ ଗୁଳି ମାରି ଫେରାର ହୋଇଯାଇଥିଲେ।

ତେବେ ହତ୍ୟାର କାରଣ ସଠିକ ଭାବେ ଜଣାପଡିନଥିଲେ ମଧ୍ୟ ଏହା ପୂର୍ବ ଶତ୍ରୁତାରୁ ହୋଇପାରିଥାଏ ବୋଲି ପୋଲିସ ଅନୁମାନ କରୁଛି। ଶବ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ନେପାଳସ୍ଥିତ ଭାରତୀୟ ହାଇକମିସନଙ୍କ ସହ ଯୋଗାଯୋଗ ପରେ ଶବକୁ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବାର ବ୍ୟବସ୍ଥା କରାଯିବ ବୋଲି ବୁଟୱାଲ ଏସପି ଦିଲ ବାହାଦୂର ମଲ୍ଲା ସୂଚନା ଦେଇଛନ୍ତି। ଏହାସହ ସେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ନେଇ କହିଛନ୍ତି ।

ତେବେ ଭାରତୀୟଙ୍କ ଉପରେ ନେପାଳରେ ଆକ୍ରମଣ ବଢିବାରେ ଲାଗିଛି। ପୂର୍ବରୁ ଏମାସ ଆରମ୍ଭରେ ମଧ୍ୟ ମଲନଗୱାରେ କେତେକ ଆତତାୟୀଙ୍କ ଗୁଳିରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିଲା।

ABOUT THE AUTHOR

...view details