ଓଡିଶା

odisha

ETV Bharat / bharat

ସୁଡଙ୍ଗ ଠାବ ପାଇଁ ପାକିସ୍ତାନ ସୀମା ଭିତରେ 200 ମିଟର ପ୍ରବେଶ କଲା ସେନା

ଭାରତ ସରକାରଙ୍କ ଜଣେ ଉଚ୍ଚପଦସ୍ଥ ଆଧିକାରୀଙ୍କ କହିବା ଅନୁଯାୟୀ ଭାରତୀୟ ଯବାନମାନେ ଆତଙ୍କବାଦୀଙ୍କ ଦ୍ବାରା ବ୍ୟବହୃତ ସୁଡଙ୍ଗ ଦେଇ ପାକିସ୍ତାନ ସୀମାର ପାଖାପାଖି 200 ମିଟର ଭିତରକୁ ଯାଇଥିଲେ । ଅଧିକ ପଢନ୍ତୁ...

ଆତଙ୍କବାଦୀଙ୍କ ଗୁଇନ୍ଦା ସୁଡଙ୍ଗ ଦେଇ  ପାକିସ୍ତାନ ସୀମାରେ ପ୍ରବେଶ କଲେ ଭାରତୀୟ ଯବାନ
ଆତଙ୍କବାଦୀଙ୍କ ଗୁଇନ୍ଦା ସୁଡଙ୍ଗ ଦେଇ ପାକିସ୍ତାନ ସୀମାରେ ପ୍ରବେଶ କଲେ ଭାରତୀୟ ଯବାନ

By

Published : Dec 1, 2020, 10:47 PM IST

Updated : Dec 1, 2020, 11:08 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଏକ ଅପରେସନ ସମୟରେ ପାକିସ୍ତାନ ଆଡକୁ ଲମ୍ବିଥିବା 200 ମିଟର ସୁଡଙ୍ଗର ସନ୍ଧାନ ପାଇଥିଲେ ଭାରତୀୟ ସୁରକ୍ଷାକର୍ମୀ । ତେବେ ଭାରତ ସରକାରଙ୍କ ଜଣେ ଉଚ୍ଚପଦସ୍ଥ ଆଧିକାରୀଙ୍କ କହିବା ଅନୁଯାୟୀ ଭାରତୀୟ ଯବାନ ଏହି ସୁଡଙ୍ଗ ଦେଇ ପାକିସ୍ତାନ ସୀମାର ପାଖାପାଖି 200 ମିଟର ଭିତରକୁ ଯାଇଥିଲେ । ଏଠାରେ ସେମାନେ ସୁଡଙ୍ଗର ଆରମ୍ଭ ଗର୍ତ୍ତ ଦେଖିବାକୁ ପାଇଛନ୍ତି ।

ନଗରୋଟା ଅପରେସନ ପରେ ନଭେମ୍ବର 22ରେ ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ପାକିସ୍ତାନକୁ ଲାଗିଥିବା ଅନ୍ତରାଷ୍ଟ୍ରୀୟ ସୀମା ପାଖରେ ଏକ ସୁଡଙ୍ଗର ସନ୍ଧାନ ମିଳିଥିଲା । ସୀମା ସୁରକ୍ଷା ବାହୀନି(BSF) ଏବଂ ଜମ୍ମୁ କାଶ୍ମୀର ପୋଲିସର ମିଳିତ ଅପରେସନ ସମୟରେ ସୀମାରେ ମିଳିଥିଲା ଏହି ସୁଡଙ୍ଗ ।

ନଗରୋଟା ଏନକାଉଣ୍ଟରରେ ମୃତ ଆତଙ୍କବାଦୀମାନେ ଏହି ସୁଡଙ୍ଗ ଦେଇ ଭାରତୀୟ ସୀମାରେ ପ୍ରବେଶ କରିଥିବା କହିଥିଲା ସେନା । ଏହି ସୁଡଙ୍ଗ ଅନ୍ତରାଷ୍ଟ୍ରୀୟ ସୀମାରୁ ମାତ୍ର 150 ମିଟର ଦୂରରେ ମିଳିଥିଲା । ଏହା ଭୂପୃଷ୍ଠରୁ 15ରୁ 20 ଫୁଟ ଗଭୀର ବୋଲି ଜଣାପଡିଛି ।

Last Updated : Dec 1, 2020, 11:08 PM IST

ABOUT THE AUTHOR

...view details