ଓଡିଶା

odisha

ETV Bharat / bharat

ଦୀପାବଳିରେ ଚୀନକୁ ୪୦ ହଜାର କୋଟିର କ୍ଷତି - ଚୀନ‌ର ରପ୍ତାନିକାରୀ

ଚଳିତ ବର୍ଷ ଦୀପାବଳିରେ ୪୦ ହଜାର କୋଟି ଟଙ୍କାର କ୍ଷତି ସହିବେ ଚୀନ‌ର ରପ୍ତାନିକାରୀ‌ । କାରଣ ‌ଚଳିତ ବର୍ଷ ଲଦାଖରେ ଚୀନ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଚୀନ ସାମଗ୍ରୀ ବର୍ଜନ କରିବା ଲାଗି ଆହ୍ବାନ ଦିଆଯାଇଛି । ଅଧିକ ପଢନ୍ତୁ...

indian retail shopkeepers will give 40 thousand crore blow to china
ଦୀପାବଳିରେ ଚୀନକୁ ଲାଗିବ ୪୦ ହଜାର କୋଟିର ଝଟକା

By

Published : Oct 19, 2020, 12:56 PM IST

ନୂଆଦିଲ୍ଲୀ: ଭାରତ ସହ ସୀମା ବିବାଦ ବଢୁଥିବା ବେଳେ ଚୀନ୍‌ର ସମସ୍ୟା ମଧ୍ୟ ବଢିବାରେ ଲାଗିଛି । ସରକାରଙ୍କ ତରଫରୁ ସର୍ବଦଳୀୟ ଅବରୋଧ ପରେ ଖୁଚୁରା ବ୍ୟବସାୟୀଙ୍କ ସଂଗଠନ କ୍ୟାଟ ଏଥର ପର୍ବରେ ଚାଇନାର ଉତ୍ପାଦ ବିକ୍ରୟ ନକରିବାକୁ ଅଭିଯାନ ଆରମ୍ଭ କରିଛି । ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଆକଳନ ଅନୁସାରେ ପ୍ରତିବର୍ଷ ‌ଦୀପାବଳିରେ ସାରା ଦେଶରେ ପ୍ରାୟ ୭୦ ହଜାର କୋଟି ଟଙ୍କାର କାରବାର ହୋଇଥାଏ । ସେଥି ମଧ୍ୟରୁ ୪୦ ହଜାର କୋଟି ଟଙ୍କାର ସାମଗ୍ରୀ ଚୀନରୁ ଆମଦାନୀ କରାଯାଉଥିଲା । ଯାହା ସର୍ବମୋଟ ଆମଦାନୀର 60 ପ୍ରତିଶତ ।

କିନ୍ତୁ ‌ଚଳିତ ବର୍ଷ ଲଦାଖରେ ଚୀନ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଚୀନ ସାମଗ୍ରୀ ବର୍ଜନ କରିବା ଲାଗି ଆହ୍ବାନ ଦିଆଯାଇଛି । ବ୍ୟବସାୟୀ ମହାସଂଘର ସଭାପତି ବି ସି ଭର୍ତିଆ ଓ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ବ୍ୟବସାୟୀମାନଙ୍କ ପାଖରେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ରହିଛି । ଏଭଳି ପରିସ୍ଥିତିରେ, CATଙ୍କ ନେତୃତ୍ବରେ ଖୁଚୁରା ବ୍ୟବସାୟୀମାନେ ଆତ୍ମ ନିର୍ଭଶୀଳ ହେବା ପାଇଁ ମୁଖ୍ୟତଃ ଭାରତୀୟ ଉତ୍ପାଦ ବିକ୍ରୟ କରିବା ପାଇଁ ଷ୍ଟକ୍ କରୁଛନ୍ତି - ଯାହା ଆମର ଗର୍ବ ।

ଦୀପାବଳି ସମୟରେ ମୁଖ୍ୟତଃ ମୋବାଇଲ ଫୋନ, ଇଲେ‌କଟ୍ରୋନିକ୍ସ, ଇଲେକଟ୍ରିକାଲ, ଖେଳନା, ଘର ସାଜସଜ୍ଜା, କିଚେନ ସାମଗ୍ରୀ, ଉପହାର ସାମଗ୍ରୀ, ହାତଘଣ୍ଟା, ରେଡିମେଡ ପୋଷାକ, ‌ଜୋତା, ପ୍ରସାଧନ ସାମଗ୍ରୀ, ବିଉଟି ଉତ୍ପାଦ, ଷ୍ଟେସନାରି ଓ ସାଜ୍ଜସଜା ଆଲୋକ ମାଳା ଏବଂ ସାମଗ୍ରୀ ଅଧିକ ବିକ୍ରି ହୋଇଥାଏ । ତେଣୁ ଏଥିପାଇଁ ଦୀପାବଳି ବଜାର ଲାଗି ସାମଗ୍ରୀ ତିଆରି କରିବା ପାଇଁ ମହାସଂଘ ପକ୍ଷରୁ କ୍ଷୁଦ୍ର କାରଖାନା ଓ ସ୍ଥାନୀୟ କାରିଗରମାନଙ୍କୁ କୁହାଯାଇଥିଲା ।

ABOUT THE AUTHOR

...view details