ଓଡିଶା

odisha

ETV Bharat / bharat

ଗଣେଷ ପୂଜା ପାଇଁ ମହାରାଷ୍ଟ୍ର କୋଙ୍କଣରୁ ଗଡିବ 162 ସ୍ବତନ୍ତ୍ର ଟ୍ରେନ - Maharashtra's Konkan to handle Ganesh Chaturthi

ଗଣେଶ ଚତୁର୍ଥୀରେ ଯାତ୍ରୀଙ୍କ ଭିଡ ପରିସ୍ଥିତିକୁ ଏଡ଼ାଇବା ପାଇଁ କୋଙ୍କଣରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ମହାରାଷ୍ଟ୍ର ସରକାର ରେଳବାଇକୁ ଅନୁରୋଧ କରିଛି। ଏହି ଅବସରରେ ଭାରତୀୟ ରେଳବାଇ ରବିବାର ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳ ପାଇଁ ମୋଟ 162 ଟି ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନକୁ ଅନୁମୋଦନ ଦେଇଛି।

ଗଣେଷ ପୂଜା ପାଇଁ ମହାରାଷ୍ଟ୍ର କୋଙ୍କଣରୁ ଗଡିବ 162 ସ୍ବତନ୍ତ୍ର ଯାତ୍ରୀବାହୀ ଟ୍ରେନ
ଗଣେଷ ପୂଜା ପାଇଁ ମହାରାଷ୍ଟ୍ର କୋଙ୍କଣରୁ ଗଡିବ 162 ସ୍ବତନ୍ତ୍ର ଯାତ୍ରୀବାହୀ ଟ୍ରେନ

By

Published : Aug 16, 2020, 11:13 AM IST

ମୁମ୍ବାଇ: ଆଉ ଦିନ କେଇଟା ପରେ ବିଘ୍ନହର୍ତ୍ତାଙ୍କ ପୂଜା। ଏନେଇ ଚଳଚଞ୍ଚଳ ହୋଇଉଠିଲାଣି ପୂଜା ମଣ୍ଡପ। ତେବେ ମାୟାନଗରୀ ମୁମ୍ବାଇରେ ବେଶ ଧୁମଧାମରେ ପାଳିତ ହୋଇଥାଏ ବିଦ୍ୟାଦାତାଙ୍କ ଏହି ପୂଜା। ତେବେ ପୂଜାରେ ଯାତ୍ରୀ ଗହଳିକୁ କମାଇବା ପାଇଁ ଭାରତୀୟ ରେଳବାଇ ରବିବାର ମହାରାଷ୍ଟ୍ରର କୋଙ୍କଣ ଅଞ୍ଚଳ ପାଇଁ ମୋଟ 162 ଟି ସ୍ୱତନ୍ତ୍ର ଯାତ୍ରୀବାହୀ ଟ୍ରେନକୁ ଅନୁମୋଦନ ଦେଇଛି।

ଗଣେଶ ଚତୁର୍ଥୀରେ ଯାତ୍ରୀଙ୍କ ଭିଡ ପରିସ୍ଥିତିକୁ ଏଡ଼ାଇବା ପାଇଁ କୋଙ୍କଣରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ମହାରାଷ୍ଟ୍ର ସରକାର ରେଳବାଇକୁ ଅନୁରୋଧ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ତେବେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ 3 ଦିନ ପାଇଁ ଘରୋଇ କ୍ବାରେଣ୍ଟିନ ଏବଂ ଅନ୍ୟାନ୍ୟ କୋଭିଡ୍ 19 ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ। ରେଳବାଇ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସ୍ୱତନ୍ତ୍ର ଟ୍ରେନ୍ ବିଷୟରେ ସୂଚନା ଦିଆଯାଇଛି। ପ୍ରତିବର୍ଷ ମୁମ୍ବାଇ ଏବଂ ଅନ୍ୟାନ୍ୟ ସହରରୁ ଲକ୍ଷ ଲକ୍ଷ ଭକ୍ତ ଏହି ଉତ୍ସବ ପାଇଁ କୋଙ୍କଣକୁ ଯାଆନ୍ତି ।

ଏହି ସମୟ ମଧ୍ୟରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ଦୂର କରିବା ପାଇଁ ଅହମ୍ମଦାବାଦ, ଭଦୋଦରା ଏବଂ ରତ୍ନଗିରି , କୁଦାଲ, ସାୱନ୍ତୱାଡି ରୋଡ ଷ୍ଟେସନ ମଧ୍ୟରେ ପଶ୍ଚିମ ରେଳ ଏବଂ କେନ୍ଦ୍ରୀୟ ରେଳବାଇର ସମନ୍ୱୟ ରକ୍ଷା କରି ଭାରତୀୟ ରେଳ ଅତିରିକ୍ତ ଗଣପତି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବ।

ଟ୍ରେନ୍ ନମ୍ବର 09416 ଅହମ୍ମଦାବାଦ ଜଙ୍କସନ ସାପ୍ତାହିକ ସ୍ପେଶାଲ ଅହମ୍ମଦାବାଦ ଜଙ୍କସନରୁ ଅଗଷ୍ଟ 18 ଏବଂ 25 ରେ 09:30 ଘଣ୍ଟା ଛାଡିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ବର୍ଷ ଗଣେଶ ଚତୁର୍ଥୀ 22 ଅଗଷ୍ଟରେ ସାରା ଦେଶରେ ପାଳନ କରାଯିବ।

ABOUT THE AUTHOR

...view details