ଓଡିଶା

odisha

ETV Bharat / bharat

ଇତିହାସ ରଚିବ ଭାରତ, ଗଡିବ ବିଶ୍ବର ପ୍ରଥମ ସୌର ଚାଳିତ ଟ୍ରେନ - indian railway

ବିଶ୍ବର ଅନ୍ୟ ରେଲଓ୍ବେ ନେଟୱାର୍କ, ଷ୍ଟେସନ, କଲୋନୀ ଏବଂ ଅଫିସ ଗୁଡିକର ଆବଶ୍ୟକତା ପୂରଣ କରିବା ପାଇଁ ସୌର ଶକ୍ତି ବ୍ୟବହାର କରେ । ହେଲେ ଭାରତ ଏହି ଶକ୍ତିକୁ ବ୍ୟବହାର କରି ରେଳ ଚଳାଚଳ କରିବ । ଅଧିକ ପଢନ୍ତୁ...

ଇତିହାସ ରଚିବ ଭାରତ, ଗଡିବ ବିଶ୍ବର ପ୍ରଥମ ସୌର ଚାଳିତ ଟ୍ରେନ
ଇତିହାସ ରଚିବ ଭାରତ, ଗଡିବ ବିଶ୍ବର ପ୍ରଥମ ସୌର ଚାଳିତ ଟ୍ରେନ

By

Published : Jul 6, 2020, 6:05 PM IST

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସୌର ଶକ୍ତି ସାହାର୍ଯ୍ୟରେ ଟ୍ରେନ ଚାଲିବ । ଭାରତୀୟ ରେଳ ଏଥିପାଇଁ ପ୍ରସ୍ତୁତି ଶେଷ କରିଛି। ରେଳବାଇ ଏହାର ପାଇଲଟ ପ୍ରୋଜେକ୍ଟ ଅଧୀନରେ ମଧ୍ୟପ୍ରଦେଶର ବିନାରେ ଏକ ସୌର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଛି । ଯାହା 1.7 ମେଗା ୱାଟ ବିଦ୍ୟୁତ ଉତ୍ପାଦନ କରିପାରିବ ଏବଂ ଏହି ଶକ୍ତି ସହିତ ଟ୍ରେନ ଚାଲିବାକୁ ପ୍ରସ୍ତୁତି ଶେଷ ହୋଇଛି ।

ରେଳବିଭାଗ ଦାବି କରିଛି ଯେ ବିଶ୍ବ ଇତିହାସରେ ଏହା ପ୍ରଥମ ଥର ଯେତେବେଳେ ଟ୍ରେନ ଚଳାଇବା ପାଇଁ ସୌର ଶକ୍ତି ବ୍ୟବହାର କରାଯିବ। ଏହି ପାୱାର ପ୍ଲାଣ୍ଟର ବିଶେଷ କଥା ହେଉଛି ଏଥିରୁ 25 ହଜାର ଭୋଲ୍ଟ ବିଦ୍ୟୁତ ଉତ୍ପାଦନ ହେବ ଯାହା ସିଧାସଳଖ ରେଳବାଇର ଓଭରହେଡରେ ସ୍ଥାନାନ୍ତରିତ ହେବ ଏବଂ ଏହା ସାହାଯ୍ୟରେ ଟ୍ରେନ ଚଳାଚଳ କରିବ ।

ମଧ୍ୟପ୍ରଦେଶର ବିନାରେ ଖାଲି ପଡିଥିବା ଜମିରେ BHELର ସହଯୋଗରେ ରେଳବାଇର 1.7 ମେଗାୱାଟ କ୍ଷମତା ବିଶିଷ୍ଟ ସୌର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ନିର୍ମାଣ କରାଯାଇଛି। ସମଗ୍ର ବିଶ୍ୱରେ ଏପରି କୌଣସି ପାୱାର ପ୍ଲାଣ୍ଟ ନାହିଁ, ଯାହାଫଳରେ ଟ୍ରେନ ଚଲାଯାଇପାରିବ । ଦୁନିଆର ଅନ୍ୟ ରେଲଓ୍ବେ ନେଟୱାର୍କ, ମୁଖ୍ୟତଃ ଷ୍ଟେସନ, କଲୋନୀ ଏବଂ କାର୍ଯ୍ୟାଳୟର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ସୌର ଶକ୍ତି ବ୍ୟବହାର କରେ ।

ଭାରତୀୟ ରେଳବାଇ କେତେକ କୋଚର ଛାତ ଉପରେ ସୌର ବିଦ୍ୟୁତ ପ୍ୟାନେଲ ମଧ୍ୟ ସ୍ଥାପନ କରିଛି, ଯେଉଁ କାରଣରୁ ଟ୍ରେନ କୋଚରେ ବିଦ୍ୟୁତ ଯୋଗାଣ ହେଉଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରେଳ ନେଟୱାର୍କ ଟ୍ରେନ ଚଳାଇବା ପାଇଁ ସୌର ଶକ୍ତି ବ୍ୟବହାର କରିନାହିଁ।

ସୋଲାର ପ୍ଲାଣ୍ଟର ଡିସି ବିଦ୍ୟୁତ ଉତ୍ପନ କରିବ ଯାହାକି ଏକ ଇନଭର୍ଟର ମାଧ୍ୟମରେ ଏବଂ ଟ୍ରାନ୍ସଫର୍ମର ମାଧ୍ୟମରେ 25KV ACର ଶକ୍ତିକୁ ଟ୍ରେନ ଉପରେ ଲାଗିଥିବା ବୈଦ୍ୟୁତିକ ତାର ପଯ୍ୟନ୍ତ ପଠାଇବ । ଏହି ସୌର କାରଖାନା ବାର୍ଷିକ 24.82 ଲକ୍ଷ ୟୁନିଟ ବିଦ୍ୟୁତ ଉତ୍ପାଦନ କରିବ । ରେଳବାଇ ଏହିପ୍ଲାଣ୍ଟରୁ ବାର୍ଷିକ ବିଦ୍ୟୁତ ବିଲରେ 1.37 କୋଟି ଟଙ୍କା ସଞ୍ଚୟ କରିବ ବୋଲି ଆଶା କରାଯାଉଛି ।

ରେଳ ଅଧିକାରୀଙ୍କ କହିବାନୁସାରେ, ସମୁଦାୟ 3 ଗିଗାୱାଟ କ୍ଷମତା ବିଶିଷ୍ଟ ଏକ ସୌର ଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବାର ଯୋଜନା ଅଛି । ଏହି ପାୱାର ପ୍ଲାଣ୍ଟଗୁଡ଼ିକ ସିଧାସଳଖ ଇଞ୍ଜିନରେ ପହଞ୍ଚିବ । ଏହି କାର୍ଯ୍ୟ 2-3 ବର୍ଷ ମଧ୍ୟରେ ଶେଷ ହେବ । ଏଥିପାଇଁ ଟେଣ୍ଡର ମଧ୍ୟ ନିଆସରିଛି ।

ଗତ ବର୍ଷ ନଭେମ୍ବରରେ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ବର୍ତ୍ତମାନ ବିନା ସ୍ଥିତ ସୋଲାର ପାୱାର ପ୍ଲାଣ୍ଟକୁ ବ୍ୟାପକ ପରୀକ୍ଷଣ କରାଯାଉଛି।

ABOUT THE AUTHOR

...view details