ନୂଆଦିଲ୍ଲୀ: ଭାରତୀୟ ରେଳୱେ ଏକ ଅଭିନବ ରେଳ ସାଇକେଲ ଆଣିଛି । ଯାହା କର୍ମଚାରୀମାନଙ୍କୁ ଦୈନିକ ଯାଞ୍ଚ, ମନିଟରିଂ ଏବଂ ଟ୍ରାକ୍ ମରାମତି କରିବାରେ ସାହାଯ୍ୟ କରିବ ବୋଲି ଇଷ୍ଟକୋଷ୍ଟ ରେଳୱେ ଜୋନ୍ ମଙ୍ଗଳବାର ଏକ ବିବୃତ୍ତିରେ କହିଛି । ଏହି ରେଳ ସାଇକେଲଗୁଡିକ 10 କିଲୋମିଟର ବେଗରେ ରେଳ ଟ୍ରାକରେ ଚାଲିବ |
କର୍ମଚାରୀଙ୍କ ପାଇଁ ରେଳ ସାଇକେଲ ଆଣିଲା ଭାରତୀୟ ରେଳବାଇ - ରେଳ ସାଇକେଲ
ଭାରତୀୟ ରେଳବାଇ ଏକ ଅଭିନବ ରେଳ ସାଇକେଲ ଆଣିଛି । ଯାହା କର୍ମଚାରୀମାନଙ୍କୁ ଦୈନିକ ଯାଞ୍ଚ, ମନିଟରିଂ ଏବଂ ଟ୍ରାକ୍ ମରାମତି କରିବାରେ ସାହାଯ୍ୟ କରିବ ବୋଲି ଇଷ୍ଟକୋଷ୍ଟ ରେଳୱେ ଜୋନ୍ ମଙ୍ଗଳବାର ଏକ ବିବୃତ୍ତିରେ କହିଛି । ଏହି ରେଳ ସାଇକେଲଗୁଡିକ 10 କିଲୋମିଟର ବେଗରେ ରେଳ ଟ୍ରାକରେ ଚାଲିବ |
ବିଶେଷ କରି ମୌସୁମୀ ସମୟରେ ଟ୍ରାକ ଉପରେ ନଜର ରଖିବା ପାଇଁ ଏହି ରେଳ ସାଇକେଲ ଗୁଡିକର ଟ୍ରାକମ୍ୟାନ ମାନଙ୍କୁ ସାହାଯ୍ୟ କରିବ । ତେବେ ବିବୃତ୍ତିରେ କୁହାଯାଇଛି ଯେ, ସାଇକେଲର ସନ୍ତୁଳନ ରଖିବା ପାଇଁ ଅବ୍ୟବହୃତ ରେଳଚକ ବ୍ୟବହାର କରି ଇଷ୍ଟକୋଷ୍ଟ ରେଳୱେର ଖୋର୍ଦ୍ଧା ରୋଡ ଡିଭିଜନର ସ୍ଥାୟୀ ୱେ (ପି-ୱେ) ୟୁନିଟ୍ ଦ୍ବାରା ସାଇକେଲଗୁଡିକୁ ଗୃହରେ ପ୍ରସ୍ତୁତ କରାଯାଇଛି । ଏହି ସାଇକେଲଗୁଡିକ ସର୍ବାଧିକ 15 କିଲୋମିଟର ବେଗରେ ଚାଲିପାରିବା ସହ 30 କିଲୋଗ୍ରାମର ଓଜନ ଭାର ଉଠାଇ ପାରିବ ।
ଏହାଛଡା ଖରା ଦିନେ ମଧ୍ୟ ପାଟ୍ରୋଲିଂ ପାଇଁ ଏହି ସାଇକେଲ ସହାୟକ ହେବ | କୋରୋନା ମହାମାରୀ କାରଣରୁ ବର୍ତ୍ତମାନ ରେଳ ବିଭାଗଗୁଡିକରେ ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ରେ ଏହି ସାଇକେଲଗୁଡିକ ମଧ୍ୟ ପାଟ୍ରୋଲିଂ ପାଇଁ ବ୍ୟବହୃତ ହେବ ।