ଓଡିଶା

odisha

ମାସ୍କ ଓ ସାନିଟାଇଜର ପ୍ରସ୍ତୁତ କଲା ଭାରତୀୟ ରେଳ ବିଭାଗ

ଭାରତୀୟ ରେଳ ବିଭାଗ ପକ୍ଷରୁ 2,87,704 ମାସ୍କ ଏବଂ 25,806 ଲିଟର ସାନିଟାଇଜର ଉତ୍ପାଦନ କରାଯାଇଛି । କୋରୋନା ମହାମାରୀର ମୁକାବିଲା ପାଇଁ କାର୍ଯ୍ୟରତ କର୍ମଚାରୀଙ୍କୁ ଏହି ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯାଉଛି ।

By

Published : Apr 3, 2020, 7:40 PM IST

Published : Apr 3, 2020, 7:40 PM IST

Indian Railways has produced masks and sanitizers
ମାସ୍କ ଓ ସାନିଟାଇଜର ପ୍ରସ୍ତୁତ କଲା ଭାରତୀୟ ରେଳ ବିଭାଗ

ନୂଆଦିଲ୍ଲୀ: ମହାମାରୀ କୋରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ବ । ସ୍ବଚ୍ଛତା, ସାମାଜିକ ଦୂରତ୍ବ ଏବଂ ଲକଡାଉନ ହିଁ କେବଳ ଏହାର ମୁକାବିଲା ପାଇଁ ଏକମାତ୍ର ଉପାୟ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶକୁ 21 ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି । ଏହାସହ ସମସ୍ତଙ୍କୁ ଏହି ତାଲା ବନ୍ଦ ସମୟରେ ନିଜ ନିଜ ଘରେ ରହିବାକୁ ଅନୁରୋଧ କରିଛନ୍ତି ।

ସେପଟେ କୋରୋନା ଭୂତାଣୁରୁ ବର୍ତ୍ତିବା ପାଇଁ ଲୋକେ ବହୁଳ ମାତ୍ରାରେ ମାସ୍କ ଓ ସାନିଟାଇଜରର ବ୍ୟବହାର କରୁଛନ୍ତି । ଯଦ୍ବାରା ବଜାରରେ ମଧ୍ୟ ଏହା ଖୁବ କମ ପରିମାଣରେ ମିଳୁଛି । ଏମିତି ସ୍ଥିତିରେ ଭାରତୀୟ ରେଳ ବିଭାଗ ମାସ୍କ ଓ ସାନିଟାଇଜର ଉତ୍ପାଦନ କରିଛି । 1 ଏପ୍ରିଲ 2020 ସୁଦ୍ଧା ରେଳ ବିଭାଗ ପକ୍ଷରୁ 2,87,704 ମାସ୍କ ଏବଂ 25,806 ଲିଟର ସାନିଟାଇଜର ଉତ୍ପାଦନ କରାଯାଇଛି ।

ଉତ୍ପାଦିତ ଏହି ମାସ୍କ ଓ ସାନିଟାଇଜରକୁ ଡ୍ୟୁଟିରେ ଆସୁଥିବା ସମସ୍ତ କର୍ମଚାରୀଙ୍କୁ ଦିଆଯାଉଛି । ସେହିପରି ଉକ୍ତ ମାସ୍କ ଓ ସାନିଟାଇଜର ଗୁଡିକୁ ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ଦିଆଯିବା ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

@ANI

ABOUT THE AUTHOR

...view details