ନୂଆଦିଲ୍ଲୀ:କରତାରପୁର କରିଡରରେ ଏବେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ଯୋଜନା । ଡେରା ବାବା ନାନକ ରେଳ ଷ୍ଟେସନରେ ଏବେ ଉପଲବ୍ଧ ହେବ ମାଗଣା ୱାଇ ଫାଇ । ଆଜି ରେଲଟେଲ ପକ୍ଷରୁ ଘୋଷଣା କରାଯାଇଛି । କେବଳ ରେଳ ଷ୍ଟେସନ ନୁହେଁ କରତାରପୁର କରିଡର ପ୍ରୋଜେକ୍ଟର ଚେକପୋଷ୍ଟରେ ମଧ୍ୟ ହେବ ୱାଇଫାଇ ବ୍ୟବସ୍ଥା।
ଡେରା ବାବା ରେଳଷ୍ଟେସନରେ ମିଳିବ ମାଗଣା ୱାଇଫାଇ ସେବା - Indian Railways has installed RailWire Wi-Fi
ଡେରା ବାବା ନାନକ ରେଳ ଷ୍ଟେସନରେ ଏବେ ଉପଲବ୍ଧ ହେବ ମାଗଣା ୱାଇ ଫାଇ । ଡେରା ଦର୍ଶନ ସହ ଉପଭୋଗ କରିପାରିବେ ମାଗଣା ଇଣ୍ଚଟରନେଟ ସେବା । ଆଗକୁ ପଢନ୍ତୁ...
ପାଗ ଖରାପ ଥିବାରୁ କିଛି ଦିନ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିନଥିବା ଜଣାପଡିଛି । 49 କିଲୋମିଟର ଦୂରତା ପର୍ଯ୍ୟନ୍ତ 230 ମିଟର ଉଚ୍ଚର ଟାୱାର ଇନଷ୍ଟଲ କରାଯାଇଛି । ଏହାଦ୍ବାରା ସୁବିଧା ପାଇ ପାରିବେ ଶ୍ରଦ୍ଧାଳୁ।
ପାକିସ୍ତାନର ତିକ୍ତତାକୁ ପଛରେ ରଖି କରତାରପୁର କରିଡରକୁ ଦୁଇ ଦେଶ ପକ୍ଷରୁ ମିଳିଥିଲା ଗ୍ରୀନ ସିଗନାଲ । ନଭେମ୍ବର 9 ତାରିଖରେ ଏହାର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ 500ରୁ ଊର୍ଦ୍ଧ୍ବ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କ ପ୍ରଥମ ଦଳକୁ କରତାରପୁର କରିଡର ଯୋଗେ କରତାରପୁର ଗୁରୁଦ୍ବାର ପଠାଇଥିଲେ। ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରତାରପୁର ଗୁରୁଦ୍ବାରରେ କରିଡରର ଉଦଘାଟନ କରିଥିଲେ।