ଓଡିଶା

odisha

ETV Bharat / bharat

ଅଣ-ଏସି କୋଚରେ ରୂପାନ୍ତରିତ ହେଲା କୋଭିଡ କେୟାର କୋଚ

ଏସି ରେ କୋରୋନା ସଂକ୍ରମଣ ମାମଲା ବେଶ ଅଧିକ ରହିଥିବାରୁ,ରେଳ କୋଚ ଗୁଡିକୁ ଅଣ-ଏସି କୋଭିଡ କେୟାର ସେଣ୍ଟରରେ ରୂପାନ୍ତରିତ କରାଯାଇଛି । ଅଧିକ ପଢନ୍ତୁ...

By

Published : Jun 21, 2020, 11:54 AM IST

କୋଭିଡ କେୟାର ସେଣ୍ଟରରେ ବଦଳିଲା ଅଣ-ଏସି କୋଚ
କୋଭିଡ କେୟାର ସେଣ୍ଟରରେ ବଦଳିଲା ଅଣ-ଏସି କୋଚ

ନୂଆଦିଲ୍ଲୀ: ବଢୁଥିବା କୋରୋନା ସଂକ୍ରମଣ ଏବଂ ଡାକ୍ତରଖାନାରେ ଶଯ୍ୟା ଅଭାବକୁ ଦୃଷ୍ଟିରେ ରଖି ରେଳବିଭାଗ ଟ୍ରେନର କୋଚଗୁଡ଼ିକୁ ଆଇସୋଲେସନ ଓ୍ବାର୍ଡରେ ପରିବର୍ତ୍ତନ କରିଛି। ଭାରତୀୟ ରେଳବାଇ କୋରୋନା ସଂକ୍ରମିତଙ୍କୁ କ୍ବାରେଣ୍ଟାଇନ କରିବା ପାଇଁ ଅତିିରିକ୍ତ ଭିତ୍ତିଭୂମି ଭାବରେ 5231 କୋଚ ପ୍ରସ୍ତୁତ କରିଛି । ଆବଶ୍ୟକତା ଅନୁଯାୟୀ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ଏହି କୋଚକୁ ନିୟୋଜିତ କରାଯିବ।

କୋଭିଡ କେୟାର ସେଣ୍ଟରରେ ରୂପାନ୍ତରିତ ଟ୍ରେନର କୋଚଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ରେଳବାଇ ଦାୟୀ ରହିବ। ହେଲେ ଚିକିତ୍ସା ସୁବିଧା ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯିବ। ରେଲଓ୍ବେ କୋଚଗୁଡିକ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯିବା ପୂର୍ବରୁ ନିତି ଆୟୋଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହିତ ଆଲୋଚନା କରାଯାଇଛି । ରେଳବାଇ କହିଛି ଯେ ନିତି ଆୟୋଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏସି କୋଚ ଅପେକ୍ଷା ଅଣ-ଏସି କୋଚ କୋଭିଡ-19 ନିୟନ୍ତ୍ରଣ ପାଇଁ ଅଧିକ ଉପଯୁକ୍ତ।

କୋଭିଡ କେୟାର ସେଣ୍ଟରରେ ରୂପାନ୍ତରିତ ଟ୍ରେନର କୋଚଗୁଡିକୁ ଥଣ୍ଡା ରଖିବା ପାଇଁ ରେଳବାଇ ଉତ୍ତାପ ସଂରକ୍ଷଣ ପେଣ୍ଟ ଏବଂ ବାଉଁଶ ବାଡ଼ି ବ୍ୟତୀତ 'ବବୁଲ ରାପ୍ସ' ଭଳି ନୂତନ ପଦ୍ଧତି ବ୍ୟବହାର କରୁଛି । ଏହି କୋଚଗୁଡିକ ସିଟ ଦ୍ୱାରା ଆଚ୍ଛାଦିତ କରାଯାଉଛି ଯାହା ଦ୍ବାରା ଏହା ଭିତରୁ ଥଣ୍ଡା ରଖିବ। ବବୁଲ ରାପ ଅର୍ଥାତ୍ ବୁଲବୁଲେ ପରି ପଲିଥିନକୁ ବଗିରେ ଗୁଡାଯାଉଛି । ଯାହା ମାଧ୍ୟମରେ ବଗିର ତାପମାତ୍ରା ଏକ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ରେଳ ଦ୍ବାରା ଆଇସୋଲେସନ କୋଚଗୁଡିକର ଛାତକୁ ଉତ୍ତାପ ପ୍ରତିଫଳିତ ରଙ୍ଗଦିଆଯାଇଛି । ପରୀକ୍ଷଣ ସମୟରେ, ଦେଖାଗଲା ଯେ ବଗି ଗୁଡିକର ତାପମାତ୍ରା 2.2°C କୁ ହ୍ରାସ ହୋଇପାରେ । କୋଚ ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚଳପ୍ରଚଳ କୁଲର ରଖାଯିବା ନେଇ ମଧ୍ୟ ଚେଷ୍ଟା କରାଯାଇଛି। ଏହା 3 ଡିଗ୍ରୀ ସେଲସିୟସ ତାପମାତ୍ରା ହ୍ରାସ କରିବାରେ ସହାୟକ ହୋଇଥିବା ପ୍ରମାଣିତ ହୋଇଛି । କୋଚଗୁଡ଼ିକୁ ଥଣ୍ଡା ରଖିବା ଦ୍ୱାରା ରୋଗୀମାନଙ୍କୁ ଉତ୍ତାପ ଦାଉରୁ ରକ୍ଷା ମିଳିବ ।

ରେଳ ବିଭାଗର ବୟାନ ଅନୁଯାୟୀ, ଏସି କୋଚର ବ୍ୟବହାର ସଂକ୍ରମଣର ଆଶଙ୍କା ବଢାଇପାରେ, ତେଣୁ ନୀତି ଆୟୋଗ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମଧ୍ୟରେ ଆଲୋଚନା ପରେ କୋଭିଡ କେୟାର କୋଚରେ ଏସି ବ୍ୟବହାର ନକରିବା ନିଷ୍ପତ୍ତି ନିଆଯାଇଛି ।

ABOUT THE AUTHOR

...view details