ଓଡିଶା

odisha

ETV Bharat / bharat

ଖରା ଛୁଟିର ମଜାନେବେ ଯାତ୍ରୀ, ଚାଲିବ ସ୍ପେଶାଲ ଟ୍ରେନ - trains

ଜନସାଧାଣଙ୍କ ପାଇଁ ଖରାଦିନେ ଆରମ୍ଭ ହେବାକୁ ଯାଉଛି ସମର ସ୍ପେଶାଲ ଟ୍ରେନ। ଯେଉଁଥିରେ ସେକେଣ୍ଡ AC ଓ ଥାର୍ଡ AC ଏବଂ ସ୍ଲିପର କ୍ଲାସରେ ଯାତ୍ରୀ ଟିକେଟ ବୁକିଙ୍ଗ କରିପାରିବେ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@FINANCIAL EXPRESS

By

Published : Apr 4, 2019, 12:27 PM IST


ନୂଆଦିଲ୍ଲୀ: ଖରାଛୁଟି ହେବ ଆହୁରି ମଜାଦାର। କାରଣ ନିଜ ଛୁଟିରେ ପରିଭ୍ରମଣର ଆନନ୍ଦ ଉଠାଇବା ପାଇଁ ଆରମ୍ଭ ହେବାକୁ ଯାଉଛି ସମର ସ୍ପେଶାଲ ଟ୍ରେନ। ଜନସାଧାରଣଙ୍କ ପାଇଁ ଖରାଦିନେ ଏକ ସ୍ୱତନ୍ତ୍ର ଟ୍ରେନ ଆରମ୍ଭ କରିବାକୁ ଘୋଷଣା କରିଛି ଭାରତୀୟ ରେଳ ବିଭାଗ। ଏହି ଘୋଷଣା ପରେ ଲୋକେ ଡହ ଡହ ଖରାରେ ମଧ୍ୟ ନିଜ ପ୍ରିୟ ପରିଜନଙ୍କ ସହ ଦେଶର ବିଭିନ୍ନ ସ୍ଥାନକୁ ଯାତ୍ରା କରିପାରିବେ।

ପ୍ରତିବର୍ଷ ମେ ଓ ଜୁନ ମାସରେ ସ୍କୁଲ ଛୁଟି ପଡିବା ପରେ ଲୋକେ ପରିଭ୍ରମଣରେ ବାହାରି ପଡନ୍ତି। ଆଉ ଏହି ସମୟରେ ଟ୍ରେନ ଟିକେଟ ମିଳିବା ମଧ୍ୟ ବଡ ମୁସ୍କିଲ ହୋଇଥାଏ ଯାତ୍ରୀଙ୍କ ପାଇଁ।ଏହାକୁ ଦେଖି ପଶ୍ଚିମ ରେଲୱେ ପକ୍ଷରୁ 19 ସମର ସ୍ପେଶାଲ ଟ୍ରେନ ଆରମ୍ଭ କରିବାକୁ ଘୋଷଣା କରାଯାଇଛି।

ଏହି ଟ୍ରେନ ମୁମ୍ବାଇ, ଅହମ୍ମଦାବାଦ, ଗାନ୍ଧୀ ନଗର, ଇନ୍ଦୋର, ଦିଲ୍ଲୀ, ଜମ୍ମୁତବି, ଜୟପୁର, ଅଜମେର,ଗୋରଖପୁର, ପାଟଣା, ଅମୃତସର ଭଳି ସହର ମାନଙ୍କ ପାଇଁ ଆରମ୍ଭ କରାଯାଇଛି। ଯେଉଁଥିରେ ସେକେଣ୍ଡ AC ଓ ଥାର୍ଡ AC ଏବଂ ସ୍ଲିପର କ୍ଲାସରେ ଯାତ୍ରୀ ଟିକେଟ ବୁକିଙ୍ଗ କରିପାରିବେ । ଅନ୍ୟପଟେ ଉତ୍ତର ପ୍ରଦେଶରୁ ମୁମ୍ବାଇ ପାଇଁ ମଧ୍ୟ 4ଟି ସ୍ପେଶାଲ ଟ୍ରେନ ଆରମ୍ଭ ହେବାକୁ ଘୋଷଣା କରାଯାଇଛି ।

ABOUT THE AUTHOR

...view details