ଓଡିଶା

odisha

ETV Bharat / bharat

ଘରୋଇକରଣ ହେବ ନାହିଁ ରେଳବାଇ: ରେଳମନ୍ତ୍ରୀ - railway is not privatisation

ଘରୋଇକରଣ ହେବ ନାହିଁ ରେଳବାଇ । ସ୍ପଷ୍ଟ କରିଛନ୍ତି ରେଳ ମନ୍ତ୍ରୀ ପିୟୁଷ ଗୋଏଲ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଘରୋଇକରଣ ହେବ ନାହିଁ ରେଳବାଇ: ରେଳମନ୍ତ୍ରୀ
ଘରୋଇକରଣ ହେବ ନାହିଁ ରେଳବାଇ: ରେଳମନ୍ତ୍ରୀ

By

Published : Jul 9, 2020, 10:00 PM IST

ନୂଆଦିଲ୍ଲୀ: ଘରୋଇକରଣ ହେବ ନାହିଁ ରେଳବାଇ । ସ୍ପଷ୍ଟ କରିଛନ୍ତି ରେଳ ମନ୍ତ୍ରୀ ପିୟୁଷ ଗୋଏଲ । କିଛି ଦିନ ହେବ ରେଳବାଇ ସମ୍ପୂର୍ଣ୍ଣ ଘରୋଇକରଣ ହେବ ବୋଲି ଆଲୋଚନା ଜୋର ଧରିଥିଲା । ବର୍ତ୍ତମାନ ଏହା ଉପରୁ ପରଦା ହଟାଇଛନ୍ତି ଗୋଏଲ ।

ଘରୋଇ କମ୍ପାନୀଙ୍କ ସହଯୋଗିତାରେ ଚାଲିବ ଯାତ୍ରୀବାହୀ ଟ୍ରେନ । ଏ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଯେ, 'ଘରୋଇ ସଂସ୍ଥା ଜରିଆରେ ଟ୍ରେନ ଚାଲିଲେ ବର୍ତ୍ତମାନ ଚାଲୁଥିବା ଟ୍ରେନ ଚଳାଚଳ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ବରଂ ଘରୋଇ କମ୍ପାନୀ ଜରିଆରେ ଟ୍ରେନ ଚାଲିଲେ ରୋଜଗାରର ନୂଆ ଅବସର ସୃଷ୍ଟି ହେବ । ଦେଶର 109ଟି ରୁଟରେ ଚାଲିବ 151ଟି ଟ୍ରେନ ।'

ତେବେ ଘରୋଇକରଣ ଟ୍ରେନରେ ଅତ୍ୟାଧୁନିକ ଟେକ୍ନୋଲୋଜି ପ୍ରୟୋଗ ହେବ । ଏହା ଫଳରେ ଯାତ୍ରୀଙ୍କୁ ଅଧିକ ସୁବିଧା ମିଳିବ । ଅଧିକ ଚାହିଦା ଥିବା ରୁଟରେ ଏହି ଟ୍ରେନ ଚାଲିବ । ତାଛଡା ବିମାନ ଭଳି ଟ୍ରେନରେ ଯାତ୍ରୀ ନିଜ ମନ ମୁତାବକ ସୁବିଧା ପାଇବେ । ବିମାନ ଭଳି ଟ୍ରେନରେ ସିଟ୍, ବ୍ୟାଗେଜ୍, ଯାତ୍ରା ବେଳେ ଅଧିକ ସେବା ପାଇଁ ଚାର୍ଜ ପଇଠ କରିବା ଭଳି ବ୍ୟବସ୍ଥା କରାଯିବ । ଏପରି କଲେ ରେଳ ଭିତ୍ତିଭୂମିରେ ସୁଧାର ଆସିବ ।

ABOUT THE AUTHOR

...view details