ଓଡିଶା

odisha

କୋରୋନା ମୁକାବିଲା: ଭାରତୀୟ ରେଳବାଇ କଲା ଆଇସୋଲେସନ ବଗି

By

Published : Mar 28, 2020, 10:33 PM IST

କୋରୋନା ମୁକାବିଲା ପାଇଁ ରେଳବାଇ ପକ୍ଷରୁ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯାଉଛି । ଏଥିପାଇଁ ଆଇସୋଲେସନ ବଗି ପ୍ରସ୍ତୁତ ହୋଇଛି । ଏଥିରେ କୋରୋନା ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯିବ । ଅଧିକ ପଢନ୍ତୁ...

କୋରୋନା ମୁକାବିଲା: ଭାରତୀୟ ରେଳବାଇ ବନାଇଲା ଆଇସୋଲେସନ ବଗି
କୋରୋନା ମୁକାବିଲା: ଭାରତୀୟ ରେଳବାଇ ବନାଇଲା ଆଇସୋଲେସନ ବଗି

ଗୌହାଟୀ: ସାରା ଦେଶର ଚିନ୍ତା ବଢାଇଛି କୋଭିଡ 19 । ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ଦେଶବ୍ୟାପୀ ଲକଡାଉନ ସହ ନୂଆ ହସ୍ପିଟାଲ ନିର୍ମାଣ ହେଉଛି । ଦେଶର ସମସ୍ତ ଘରୋଇ କମ୍ପାନୀ ଏହି ଲଢେଇରେ ସରକାରଙ୍କ ସାଥ ଦେଇଛନ୍ତି । ଏହି ଅବସରରେ ସରକାରଙ୍କୁ ସାହାଯ୍ୟର ହାତ ବଢାଇଛି ଭାରତୀୟ ରେଳବାଇ ।

କୋରୋନା ମୁକାବିଲା ପାଇଁ ରେଳବାଇ ପକ୍ଷରୁ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରାଯାଉଛି । ଏଥିପାଇଁ ଆଇସୋଲେସନ ବଗି ପ୍ରସ୍ତୁତ ହୋଇଛି । ଏଥିରେ କୋରୋନା ରୋଗୀଙ୍କୁ ରଖାଯାଇ ଚିକିତ୍ସା କରାଯିବ । ଏଥିରେ ହସ୍ପିଟାଲର ସମସ୍ତ ସୁବିଧା କରାଯାଇଛି । ଗୋଟିଏ ବଗିରେ 9 ଜଣ ରୋଗୀଙ୍କ ରହିବାର ବ୍ୟବସ୍ଥା ହୋଇଛି ।

ଉତ୍ତର ପୂର୍ବ ରେଳବାଇ ଜୋନରେ ଏହି ଟ୍ରେନର ବଗି ତିଆରି କରାଯାଇଛି । ଆସାମର କାମାକ୍ଷା ରେଲୱେ ଷ୍ଟେସନରେ ବଗିଗୁଡିକ ରହିଛି । ସରକାରଙ୍କ ସହ ପରାମର୍ଶ ପରେ ଏଥିରେ ରୋଗୀଙ୍କ ଚିକିତ୍ସା ଆରମ୍ଭ ହେବ । ଦେଶରେ ବଢୁଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଏପରି ନିଷ୍ପତ୍ତି ନେଇଛି ଭାରତୀ ରେଳବାଇ । ଆଗକୁ ଦରକାର ପଡିଲେ ଏଥିରେ ସମସ୍ତ ରୋଗୀଙ୍କ ଚିକିତ୍ସା ହେବ ବୋଲି ଜଣାପଡିଛି ।

@ANI

ABOUT THE AUTHOR

...view details