ଓଡିଶା

odisha

ETV Bharat / bharat

ସମଗ୍ର ବିଶ୍ବକୁ କୋଭିଡ-19 ଟୀକା ଯୋଗାଇବାରେ ସକ୍ଷମ ଭାରତ: ବିଲ୍ ଗେଟ୍ସ - Indian pharma industry

ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ କହିଛନ୍ତି ଯେ ଭାରତୀୟ ଔଷଧ ଶିଳ୍ପ କେବଳ ଦେଶ ପାଇଁ ନୁହେଁ ସମଗ୍ର ବିଶ୍ବ ପାଇଁ କୋଭିଡ-19 ଟୀକା ପ୍ରସ୍ତୁତ କରିବାରେ ସକ୍ଷମ।

 ବିଲ୍ ଗେଟ୍ସ
ବିଲ୍ ଗେଟ୍ସ

By

Published : Jul 16, 2020, 3:24 PM IST

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ କହିଛନ୍ତି ଯେ ଭାରତୀୟ ଔଷଧ ଶିଳ୍ପ କେବଳ ଦେଶ ପାଇଁ ନୁହେଁ ସମଗ୍ର ବିଶ୍ବ ପାଇଁ କୋଭିଡ-19 ଟୀକା ପ୍ରସ୍ତୁତ କରିବାରେ ସକ୍ଷମ। ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ମୁଖ୍ୟ ତଥା ଟ୍ରଷ୍ଟି କହିଛନ୍ତି ଯେ ଭାରତରେ ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଛି ଓ ଏହାର ଔଷଧ ଶିଳ୍ପ କୋରୋନା ସଂକ୍ରମଣ ଟୀକା ଯୋଗାଇଦେବା ପାଇଁ କାର୍ଯ୍ୟ କରୁଛି। ‘କୋଭିଡ-19 ଭୂତାଣୁ ବିରୋଧରେ ଭାରତର ସଂଗ୍ରାମ’ ଶୀର୍ଷକ ଡକ୍ୟୁମେଣ୍ଟାରୀରେ ସେ କହିଛନ୍ତି ଯେ ଜନସଂଖ୍ୟା ଓ ସହରାଞ୍ଚଳର କାରଣରୁ ଭାରତ ସ୍ବାସ୍ଥ୍ୟ ସଙ୍କଟର ଏକ ବଡ ଆହ୍ବାନର ସମ୍ମୁଖୀନ ହୋଇଛି ।

ଡକ୍ୟୁମେଣ୍ଟାରୀଟି ଗୁରୁବାର ସନ୍ଧ୍ୟାରେ ଡିସକଭରି ପ୍ଲସ୍ ଚ୍ୟାନେଲରେ ପ୍ରସାରିତ ହେବ । ଭାରତର ଔଷଧ ଶିଳ୍ପର ସାମର୍ଥ୍ୟ ସମ୍ପର୍କରେ ସେ କହିଛନ୍ତି ଯେ ଭାରତରେ ଅନେକ ସମ୍ଭାବନା ରହିଛି। ଏଠାରେ ଥିବା ଫାର୍ମାସ୍ୟୁଟିକାଲ୍ ଓ ଟୀକା କମ୍ପାନୀଗୁଡିକ ସମଗ୍ର ବିଶ୍ବକୁ ବୃହତ ଯୋଗାଣକାରୀ ହେବ । ପ୍ରକାଶଥାଉକି, ଅଧିକାଂଶ ଟୀକା ଭାରତରେ ତିଆରି ହୋଇଥାଏ । ସେ କହିଛନ୍ତି ଯେ ବାୟୋ ଇ, ଭାରତ ବାୟୋଟେକ ଓ ଅନେକ ସଂସ୍ଥା ଭାରତରେ ଟୀକା ପ୍ରସ୍ତୁତ କରିବାରେ ସକ୍ଷମ ।

ସେ ଏହାକୁ ନେଇ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି । ଔଷଧ ଶିଳ୍ପ କେବଳ ଭାରତ ନୁହେଁ ସମଗ୍ର ବିଶ୍ବ ପାଇଁ ଉତ୍ପାଦନ କରିପାରିବ। ଆମକୁ ମୃତ୍ୟୁ ସଂଖ୍ୟା ହ୍ରାସ କରିବାକୁ ପଡିବ ଓ ନିଶ୍ଚିତ କରିବାକୁ ହେବ ଯେ ରୋଗ ଦୂର କରିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ଆମ ଭିତରେ ଅଛି। ଗେଟ୍ସ କହିଛନ୍ତି ଯେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ମଧ୍ୟ ସରକାରଙ୍କ ସହ ସହଭାଗୀ ଓ ବାୟୋଟେକ୍ନୋଲୋଜି ବିଭାଗ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର) ଓ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ସହିତ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରୁଛି।

ABOUT THE AUTHOR

...view details