ଓଡିଶା

odisha

ETV Bharat / bharat

କୋରୋନା ପାଇଁ 4ଟି ଔଷଧ ଚିହ୍ନଟ କଲେ ଭାରତୀୟ ବୈଜ୍ଞାନିକ

ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତର ଜଣେ ବୈଜ୍ଞାନିକ ଏବଂ ତାଙ୍କ ଏକ ଟିମ କୋରୋନାର ଚିକିତ୍ସା ପାଇଁ 'ରେମଡେସିବିର' ସମେତ ଚାରିଟି ସମ୍ଭାବ୍ୟ ଆଣ୍ଟିଭାଇରାଲ ଔଷଧ ଚିହ୍ନଟ କରିଛନ୍ତି।

covid-19
କୋରୋନା ପାଇଁ 4ଟି ଔଷଧ ଚିହ୍ନଟ କଲେ ଭାରତୀୟ ବୈଜ୍ଞାନିକ

By

Published : May 6, 2020, 10:55 AM IST

ୱାସିଂଟନ: ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତର ଜଣେ ବୈଜ୍ଞାନିକ ଏବଂ ତାଙ୍କ ଏକ ଟିମ କୋରୋନାର ଚିକିତ୍ସା ପାଇଁ 'ରେମଡେସିବିର' ସମେତ ଚାରିଟି ସମ୍ଭାବ୍ୟ ଆଣ୍ଟିଭାଇରାଲ ଔଷଧ ଚିହ୍ନଟ କରିଛନ୍ତି। ଏହି ଔଷଧଗୁଡିକ ମାନବ ଶରୀର ମଧ୍ୟରେ ନୂତନ କୋରୋନା ଜୀବାଣୁ ସଂକ୍ରମଣକୁ ରୋକିବାରେ ସହାୟକ ହେବ । ଏହି ଔଷଧରେ ଅନ୍ତର୍ଭୁକ୍ତ 'ରେମେଡିସିବିର୍' ଇବୋଲା ଚିକିତ୍ସା ପାଇଁ ବିକଶିତ ହୋଇଥିଲା ।

ଆମେରିକାର ମିସୌରୀ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର କମଲେନ୍ଦ୍ର ସିଂ ଏବଂ ତାଙ୍କ ସହକର୍ମୀମାନେ କୋରୋନା ଚିକିତ୍ସାରେ ରିମେଡେସିବିର, 5-ଫ୍ଲ୍ୟୁଓରୋଉରାସିଲ, ରିବାଭିରିନ ଏବଂ ଫୈବିପିରାବିର ପ୍ରଭାବ ପରୀକ୍ଷା କରିବା ପାଇଁ କମ୍ପ୍ୟୁଟର ଭିତ୍ତିକ଼ ଔଷଧ ଡିଜାଇନର ବ୍ୟବହାର କରିଥିଲେ।

'ପୈଥୋଜେନ୍ସ' ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟରୁ ଜଣାପଡିଛି ଯେ, କୋରୋନା ଭାଇରସର ଆରେଏନଏ ପ୍ରୋଟିନକୁ ନୂତନ କୋରୋନା ଜୀବାଣୁର ଜିନୋମ କପି ନହେବାରେ ଚାରୋଟି ଔଷଧ ସକ୍ଷମ ହେବ । ସିଂ କହିଛନ୍ତି, କୋରୋନାର ଚିକିତ୍ସାରେ ଆମର ଲକ୍ଷ୍ୟ ହେଉଛି ଡାକ୍ତରଙ୍କ ବିକଳ୍ପ ଯୋଗାଇବାରେ ସାହାଯ୍ୟ କରିବା ଏବଂ ସଂକ୍ରାମକ ରୋଗରେ ପୀଡିତ ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିବା।

ABOUT THE AUTHOR

...view details