ଓଡିଶା

odisha

ଆଇସିଜେରେ ପୁଲୱାମା ତାତି: ପାକିସ୍ତାନୀ ଅଧିକାରୀଙ୍କୁ ଭାରତୀୟ ସଚିବଙ୍କ ଅପମାନ

By

Published : Feb 18, 2019, 8:07 PM IST

ନେଦରଲାଣ୍ଡର ଦ ହେଗ୍‌ଠାରେ କୁଳଭୂଷଣ ଯାଦବ ମାମଲାର ଶୁଣାଣି ବେଳେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କୁ ଅପଦସ୍ତ କରିଛନ୍ତି ଭାରତୀୟ ଅଧିକାରୀ ।

ଡିଜାଇନ ଫଟୋ

ଦ ହେଗ୍‌(ନେଦରଲାଣ୍ଡ): ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି । ପାକିସ୍ତାନକୁ ବିଭିନ୍ନ କ୍ଷେତ୍ରରେ ଏକଘରକିଆ କରିବା ପାଇଁ ଭାରତ ପକ୍ଷରୁ ଉଦ୍ୟମ ଜାରି ହୋଇଛି । ଏହି ପ୍ରତିଶୋଧର ନିଆଁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦେଖିବାକୁ ମିଳିଛି ।

ଆଜି ନେଦରଲାଣ୍ଡର ଦ ହେଗ୍‌ଠାରେ କୁଳଭୂଷଣ ଯାଦବ ମାମଲାର ଶୁଣାଣି ବେଳେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କୁ ଅପଦସ୍ତ କରିଛନ୍ତି ଭାରତୀୟ ଅଧିକାରୀ । ମାମଲା ଆରମ୍ଭ ହେବା ପୂର୍ବରୁ ପାକିସ୍ତାନର ଏଜି ଅନୱର ମନସୁର ଖାନ ଭାରତର ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଦୀପକ ମିତ୍ତଲଙ୍କ ସହ ହାତ ମିଳାଇବାକୁ ଆସିଥିଲେ । ଅଦାଲତରେ ଯୁକ୍ତି ଉପସ୍ଥାପନା କରିବା ପୂର୍ବରୁ ସମ୍ମାନର ନିଦର୍ଶନ ପୂର୍ବକ ଅନୱର ହାତ ମିଳାଇବା ପାଇଁ ଆସିଥିଲେ ।

ମାତ୍ର ମିତ୍ତଲ ତାଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ । ଏହାସହ ସେ କେବଳ ନମସ୍କାର କରିଥିଲେ । ଏହାଦ୍ୱାରା ପାକିସ୍ତାନୀ ଅଧିକାରୀ ଜଣକ ଅପମାନିତ ହୋଇଥିବା ମନେ କରାଯାଇଥିଲା । ଏହାକୁ ନେଇ ଅନ୍ତର୍ଜାତୀୟ ନ୍ୟାୟାଳୟରେ ବେଶ ଚର୍ଚ୍ଚା ପାଲଟିଛି । ପୁଲୱାମା ତାତିର ପ୍ରଭାବ ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲା । ଦୀପକଙ୍କ ପ୍ରତିକ୍ରିୟା ସ୍ପଷ୍ଟ କରିଥିଲା ଯେ ପାକିସ୍ତାନକୁ ସବୁ ସ୍ତରରେ ଅପମାନ କରିବା ପାଇଁ ଭାରତ ଯେପରି ବଦ୍ଧପରିକର ।

ସୂଚନାଯୋଗ୍ୟ ଯେ ପାକିସ୍ତାନ ଜେଲରେ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବ ମାମଲାରେ ଆଜି ଅନ୍ତର୍ଜାତୀୟ ନ୍ୟାୟାଳୟରେ ଶୁଣାଣି ଆରମ୍ଭ ହୋଇଛି । ଭାରତ ପକ୍ଷରୁ ବରିଷ୍ଠ ଓକିଲ ହରିଶ ସାଲଭେ ଏହି ମାମଲା ଲଢୁଛନ୍ତି ।

ABOUT THE AUTHOR

...view details