କାଠମାଣ୍ଡୁ: ଚୀନର ପ୍ରରୋଚନାରେ ଭାରତ ସହ ଶତ୍ରୃତା ବୃଦ୍ଧି କରିବାରେ ଲାଗିଛି ପଡୋଶୀ ନେପାଳ । ଗୋଟିଏ ପଟେ ଗଲଓ୍ବାନ ଘାଟିରେ ଚୀନ ସହ ସଂଘର୍ଷ ଥମିନଥିବାବେଳେ ଅନ୍ୟପକ୍ଷେ ନେପାଳ ଓ ଭାରତ ମଧ୍ୟରେ ଦିନକୁ ଦିନ ତିକ୍ତତା ଘନେଇବାରେ ଲାଗିଛି । ଏହି ମଧ୍ୟରେ ସମସ୍ତ ଭାରତୀୟ ନ୍ୟୁଜ ଚ୍ୟାନେଲର ପ୍ରସାରଣ ଉପରେ ରୋକ ଲଗାଇଦେଇଛି ନେପାଳ ।
ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ - Nepali Cable TV providers
20:02 July 09
ସମସ୍ତ ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଲା ନେପାଳ
ଭାରତୀୟ ଟିଭି ଚ୍ୟାନେଲ ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ନେପାଳର କେବୁଲ ଟିଭି ପ୍ରଦାନକାରୀ ସୂଚନା ଦେଇଛନ୍ତି, କିନ୍ତୁ ବର୍ତ୍ତମାନସୁଦ୍ଧା କୌଣସି ଅଫିସିଆଲ ନିର୍ଦ୍ଦେଶ ଜାରି କରାଯାଇନାହିଁ ।
ନେପାଳର ପୂର୍ବ ଉପପ୍ରଧାନମନ୍ତ୍ରୀ ତଥା କ୍ଷମାତାସୀନ ନେପାଳ କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର ଭାରତୀୟ ଗଣମାଧ୍ୟମ ଉପରେ ବଡ ଅଭିଯୋଗ ଆଣିଛନ୍ତି । ପାର୍ଟିର ମୁଖପାତ୍ର ନାରାୟଣ କାଜି କହିଛନ୍ତି, ନେପାଳ ସରକାର ଓ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିରୋଧରେ ଭାରତୀୟ ମିଡିଆ ଭିତ୍ତିହୀନ ପ୍ରଚାରପ୍ରସାରର ସବୁ ସୀମା ଉଲ୍ଲଂଘନ କରିଛନ୍ତି । ତେବେ ଚୀନ ସହ ମିଶି ପ୍ରାଧାନନ୍ତ୍ରୀ କେପି ଶର୍ମା ଓଲି ଭାରତକୁ ଉସକାଉଥିବା ସମୟରେ ନେପାଳ ଏପରି ପଦକ୍ଷେପ ଆଗାମୀ ଦିନରେ ସମ୍ପର୍କକୁ ଆହୁରି ତିକ୍ତ କରିପାରେ ବୋଲି ପୂର୍ବନୁମାନ କରାଯାଉଛି ।
@ANI