ନୂଆଦିଲ୍ଲୀ: ଭାରତୀୟ ନୌସେନା ଦ୍ୱାରା ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ (PPE) ଡିଜାଇନ ଏବଂ ଉତ୍ପାଦିତ କରାଯାଇଛି । ଯାହା ଦିଲ୍ଲୀ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ ଆଣ୍ଡ ଆଲିଏଡ୍ ସାଇନ୍ସ (ଆଇଏନଏମଏଏସ) ଦ୍ବାରା ପରୀକ୍ଷଣ ହୋଇଛି । ତେବେ କ୍ଲିନିକାଲ କୋରୋନା ପରିସ୍ଥିତିରେ ଉତ୍ପାଦିତ ଏବଂ ବ୍ୟବହୃତ ପାଇଁ ପିପିଇର ପରୀକ୍ଷଣ ଏବଂ ପ୍ରମାଣୀକରଣ ଦାୟିତ୍ବ ଡିଆରଡିଓ ସଂଗଠନକୁ ଦିଆଯାଇଛି ।
ପିପିଇ କିଟ୍ ତିଆରି କଲେ ଭାରତୀୟ ନୌସେନା - ଭାରତୀୟ ନୌସେନା
ଭାରତୀୟ ନୌସେନା ଦ୍ୱାରା ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ (PPE) ଡିଜାଇନ ଏବଂ ଉତ୍ପାଦିତ କରାଯାଇଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଭାରତୀୟ ନୌସେନା କୋରୋନା ବିରୋଧରେ ଜାରି ରହିଥିବା ଲଢେଇରେ ଏହି ଗୁରୁତ୍ୱପୂର୍ଣ୍ଣ ଉତ୍ସକୁ ଉପଲବ୍ଧ କରାଇବା ପାଇଁ ଆହ୍ବାନ ଦେଇଛି। ଇନୋଭେସନ୍ ସେଲ୍, ଇନଷ୍ଟିଚ୍ୟୁଟ୍ ଅଫ୍ ନାଭାଲ୍ ମେଡିସିନ୍, ମୁମ୍ବାଇ ଏବଂ ନାଭାଲ୍ ଡକିୟାର୍ଡ ମୁମ୍ବାଇ ଦ୍ୱାରା ଗଠିତ ଏକ ଟିମ୍ ପିପିଇର ଡିଜାଇନ୍ ଏବଂ ଉତ୍ପାଦନ ପାଇଁ ସହଯୋଗ କରିଛନ୍ତି । ତେବେ ଏହି ପିପିଇ 6/6 ସିନ୍ଥେଟିକ୍ ରକ୍ତ ଅନୁପ୍ରବେଶ ପ୍ରତିରୋଧ ଚାପ ସହିତ ପାସ କରାଯାଇଛି ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ।
ଏଥିସହ ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ପିପିଇ ସହଜ, ନିଆରା ଏବଂ ଶସ୍ତା ବିଷିଷ୍ଟ ଡିଜାଇନ କରାଯାଇଚି । ସାଧାରଣତଃ ଏହି ପିପିଇ ଗାଉନ୍ ଉତ୍ପାଦନ ସୁବିଧା ଦ୍ୱାରା ପ୍ରସ୍ତୁତ କରାଯାଇଛି । ତେବେ ଏହି ପିପିଇ ପରୀକ୍ଷା ପାଇଁ କଠୋର ମାନଦଣ୍ଡ ଆବଶ୍ୟକ ରହିଛି । ତେବେ ଏହି ମାନଦଣ୍ଡ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସ୍ଥିର ।