ଓଡିଶା

odisha

ପାହାଡଠାରୁ ସମୁଦ୍ର ପର୍ଯ୍ୟନ୍ତ ଚୀନ ବିରୋଧରେ ଲଢିବାକୁ ପ୍ରସ୍ତୁତ ଅଛି ଭାରତ

By

Published : Jul 19, 2020, 1:50 PM IST

ଭାରତୀୟ ନୌସେନା ମଧ୍ୟ ଆରବସାଗର କିମ୍ବା ବଙ୍ଗୋପସାଗରରେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମିର ନୌସେନା ପକ୍ଷରୁ ବିପଦ ନଥିବା ସୁନିଶ୍ଚିତ କରିଛି।

 ଭାରତ
ଭାରତ

ନୂଆଦିଲ୍ଲୀ: ବରଫ ପାହାଡଠାରୁ ଆରମ୍ଭ କରି ସମୁଦ୍ରର ଗଭୀରତା ପର୍ଯ୍ୟନ୍ତ ଚୀନର ଆକ୍ରମଣାତ୍ମକ ସ୍ବଭାବ ବିରୋଧରେ ଲଢିବା ପାଇଁ ପ୍ରସ୍ତୁତ ଅଛି ଭାରତ । ଗୋଟିଏ ପଟେ ଭାରତୀୟ ସେନା ଏବଂ ବାୟୁସେନାର ଶକ୍ତିଶାଳୀ ଅକ୍ସାଇ ଚୀନ ସୀମାରେ ନିୟୋଜିତ ଅଛି । ଅନ୍ୟପକ୍ଷରେ ଭାରତୀୟ ନୌସେନା ମଧ୍ୟ ଆରବସାଗର କିମ୍ବା ବଙ୍ଗୋପସାଗରରେ ଚୀନ୍ ପିପୁଲ୍ସ ଲିବରେସନ୍ ଆର୍ମିର ନୌସେନା ପକ୍ଷରୁ ବିପଦ ନଥିବା ସୁନିଶ୍ଚିତ କରିଛି।

ମୁମ୍ବାଇ, ବିଶାଖାପାଟନମ୍ ଏବଂ ନୂଆଦିଲ୍ଲୀରେ ଅବସ୍ଥିତ ସୂତ୍ର ଅନୁଯାୟୀ, ଜୁନ୍ 15ରେ ଗଲୱାନ ଘଟିରେ ହୋଇଥିବା ସଂଘର୍ଷ ପରେ ଭାରତୀୟ ନୌସେନାର ଯୁଦ୍ଧପୋତ, ବିମାନ ବାହକ ଯୁଦ୍ଧ ପୋତ ଏବଂ ବୁଡାଜାହାଜ ଉଭୟ ପୂର୍ବ ଏବଂ ପଶ୍ଚିମ ସମୁଦ୍ରରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହା ଦ୍ବାରା ଭାରତକୁ ଚୀନ ନୌସେନାର ବିପଦରୁ ରକ୍ଷା ମିଳିପାରିବ ।

ଚୀନ ନୌସେନାର ଯୁଦ୍ଧ ପୋତ ଗ୍ବାଦର ପର୍ଯ୍ୟନ୍ତ ଜଳଦସ୍ୟୁ ବିରୋଧୀ ଅପରେସନ ଚଳାଇଥାଏ । ଏହାର ରକ୍ଷଣାବେକ୍ଷଣ ଏବଂ ଲଜିଷ୍ଟିକ ବେସ ବାଲୋଚିସ୍ତାନରେ ରହିଛି । ତେବେ ପିଏଲଏର ଯୁଦ୍ଧପୋତ ମଲକ୍କା ଷ୍ଟ୍ରେଟ୍‌ସ ଜରିଆରେ ଭାରତ ମହାସାଗରରେ ପ୍ରବେଶ କରେ । ତେବେ ଗଲୱାନ ସଂଘର୍ଷ ପରେ ଭାରତୀୟ ନୌସେନାର ଅଗ୍ରଗାମୀ ସ୍ଥିତି ନିଶ୍ଚିତ କରିଛି ଯେ ତିନିଟି ଚୀନ ନୌସେନା ଯୁଦ୍ଧ ଜାହାଜ ଶାନ୍ତିର ସହ ମଲକ୍କା ଷ୍ଟ୍ରେଟ୍‌ସ ଦେଇ ପଳାଇଛି । ସେମାନେ ନିଜ ବେସ ପର୍ଯ୍ୟନ୍ତ ଚାଲିଯାଇଥିବା ଜଣାପଡିଛି ।

ଜଣେ ବରିଷ୍ଠ ଅଧିକାରୀ ଏନେଇ କହିଛନ୍ତି, ଚୀନର ଏକ ଯୁଦ୍ଧପୋତ ଇଣ୍ଡୋନେସିଆ ଜରିଆରେ ଭାରତ ମହାସାଗରରେ ପ୍ରବେଶ କରୁଥିଲା । କିନ୍ତୁ ଭାରତୀୟ ନୌସେନାର ପ୍ରସ୍ତୁତି ଦେଖି ସେ ପଛକୁ ଫେରିଯାଇଛି । ଚୀନ ନୌସେନା ମିଆମାର, ଶ୍ରୀଲଙ୍କା, ପାକିସ୍ତାନ, ଇରାନ ଏବଂ ପୂର୍ବ ଆଫ୍ରିକାରେ ଅନେକ ବନ୍ଦର ଉପରେ ନିୟନ୍ତ୍ରଣ କରିଛି । କେବଳ ଭାରତୀୟ ନୌସେନାକୁ ରୋକିବା ପାଇଁ ଚୀନ ପକ୍ଷରୁ ଏଭଳି କରାଯାଇଛି । ମିଆଁମାରର କାୟୁକପିୟୁ ବନ୍ଦରରେ ବେଜିଂର 70% ଆଶିଂଦାରୀ ରହିଛି । ଯାହା ବଙ୍ଗୋପସାଗରରେ ଅବସ୍ଥିତ ।

ABOUT THE AUTHOR

...view details