ଓଡିଶା

odisha

ETV Bharat / bharat

କୋରୋନା ଆତଙ୍କ: ମିଳିତ ନୌ-ସମରାଭ୍ୟାସ ‘ମିଲନ-2020’ ସ୍ଥଗିତ

ମାର୍ଚ୍ଚ 18ରେ ବିଶାଖାପାଟନମରେ ହେବାକୁ ଥିବା ମିଳିତ ନୌ-ସମରାଭ୍ୟାସ ‘ମିଲନ-2020’କୁ COVID-19 ପାଇଁ ସ୍ଥଗିତ କରାଯାଇଛି । ଅଧିକ ପଢନ୍ତୁ...

Indian Navy
ଫାଇଲ ଫଟୋ

By

Published : Mar 4, 2020, 9:24 AM IST

Updated : Mar 4, 2020, 10:12 AM IST

ନୂଆଦିଲ୍ଲୀ: ଭାରତୀୟ ନୌସେନାର ମିଳିତ ନୌ-ସମରାଭ୍ୟାସ ‘ମିଲନ-2020’ କୁ ବର୍ତ୍ତମାନ ପାଇଁ ସ୍ଥଗିତ କରାଯାଇଛି । ମାର୍ଚ୍ଚ 18ରେ ହେବାର ଥିଲା ଏହି ସମରାଭ୍ୟାସ ।

ଭାରତୀୟ ନୌସେନାର ଜନସମ୍ପର୍କ ଅଧିକାରୀଙ୍କ କହିଛନ୍ତି,‘ ଭାରତୀୟ ସୈନ୍ୟଙ୍କ ଅଭ୍ୟାସକାର୍ଯ୍ୟ ‘ମିଲନ୍-2020’ ମାର୍ଚ 18-28 ଯାଏଁ ଅନୁଷ୍ଠିତ ହେବାର ଥିଲା ମାତ୍ର କୋରୋନା ଭାଇରସରୁ ସମସ୍ତ ପ୍ରତିଯୋଗୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଏହାକୁ ସ୍ଥଗିତ ରଖାଯାଇଛି ’।

‘ମିଲନ୍-2020’ ପାଇଁ ବିଶ୍ବର ପ୍ରାୟ ସମସ୍ତ କ୍ଷେତ୍ରର ନୌସେନା ଏଥିପାଇଁ ଉତ୍ସାହିତ ଥାଆନ୍ତି । ସେମାନେ ମଧ୍ୟ ଏଥିରେ ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ତେଣୁ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରାଯାଉଥିବା କୁହାଯାଇଛି ।

ମିଲନ୍ ପାଇଁ ଗତ ବର୍ଷ ବିଶାଖାପାଟନମର HQENCରେ ମିଡ୍ ପ୍ଲାନିଂ କନଫରେନ୍ସ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ 17ଟି ଦେଶର 29ଜଣ ପ୍ରତିନିଧିମଣ୍ଡଳୀ ଯୋଗ ଦେଇଥିଲେ । ‘ମିଲନ୍’ ଦୁଇ ଦେଶ ମଧ୍ୟରେ ହେଉଥିବା ଏକ ଯୁଦ୍ଧ ଅଭ୍ୟାସ, ଏହା 1995ରୁ ଲଗାତାର ଆୟୋଜିତ ହେଉଛି ।

ANI ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 4, 2020, 10:12 AM IST

ABOUT THE AUTHOR

...view details