ଓଡିଶା

odisha

ETV Bharat / bharat

ଲଞ୍ଚ ହେଲା ବିଧ୍ବଂସକ ଜାହାଜ ‘ଆଇଏନଏସ ଇମ୍ପାଲ୍’ - Chief of Naval Staff

ଶନିବାର ମୁମ୍ବାଇର ମାଜାଗୋନ ଡକ ସିପ ବିଲ୍ଡର ଲିମିଟେଡ (ଏମଡିଏଲ) ରେ ଭାରତୀୟ ନୌସେନା ପକ୍ଷରୁ ପ୍ରୋଜେକ୍ଟ 15ବି (Project 15B) ର ତୃତୀୟ ଜାହାଜ ଉଦଘାଟନ କରାଯାଇଛି ।

ଫଟୋ ସୌଜନ୍ୟ: ANI

By

Published : Apr 21, 2019, 5:58 PM IST

ମୁମ୍ବାଇ: ଭାରତୀୟ ନୌସେନା ପକ୍ଷରୁ ପ୍ରୋଜେକ୍ଟ 15ବି (Project 15B) ର ତୃତୀୟ ଯୁଦ୍ଧ ଜାହାଜ ଉଦଘାଟନ କରାଯାଇଛି । ଶନିବାର ମୁମ୍ବାଇର ମାଜାଗୋନ ଡକ ସିପ ବିଲ୍ଡର ଲିମିଟେଡ (ଏମଡିଏଲ) ରେ ଏହି ଜାହାଜକୁ ଲଞ୍ଚ କରାଯାଇଛି । ଏହି ଜାହାଜର ନାମ ଗାଇଡେଡ ମିସାଇଲ ଡେସଟ୍ରୋଏଡ ଇମ୍ଫାଲ । ଏହି ଜାହାଜରେ ଦୁଇଟି ହେଲିକପ୍ଟର ଅବତରଣ କରିପାରିବେ । ଜଳ, ସ୍ଥଳ ଓ ଆକାଶ ମାର୍ଗରେ ମିସାଇଲକୁ ଧ୍ବଂସ କରିବାରେ କ୍ଷମତା ରଖିଛି ଏହି ଯୁଦ୍ଧ ଜାହାଜ ।

163 ମିଟର ଲମ୍ବ ଓ 17.4 ମିଟର ଚଉଡା ବିଶିଷ୍ଟ ଏହି ଜାହାଜ ଗାଇଡେଡ ମିସାଇଲକୁ ଧ୍ବଂସ କରିପାରିବ । 2021ରେ ଏହି ଜାହାଜକୁ ଭାରତୀୟ ନୌସେନାରେ ସାମିଲ କରାଯିବ । ନୌସେନା ମୁଖ୍ୟ ସୁନୀଲ ଲାନମ୍ବା ଏବଂ ତାଙ୍କ ପତ୍ନୀ ରୀନା ଲାନମ୍ବା ଏହି ଜାହାଜରୁ ଉଦଘାଟନ କରିଥିଲେ । ନେଭି ୱାଇଭସ ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷ (ଏନଡବ୍ଲୁଡବ୍ଲୁଏ) ଏଠାରେ ଉପସ୍ଥିତ ରହି ନଡିଆ ଭାଙ୍ଗି, ପୂଜାର୍ଚ୍ଚନା କରି ଜାହାଜଟିକୁ ଲଞ୍ଚ କରିଥିଲେ ।

ABOUT THE AUTHOR

...view details