ଓଡିଶା

odisha

ETV Bharat / bharat

ଭାରତୀୟ ନୌସେନା ଦ୍ବାରା ପ୍ରସ୍ତୁତ ପିପିଇ କିଟର ବହୁଳ ଉତ୍ପାଦନ ପାଇଁ ମିଳିଲା ଅନୁମତି - Indian Navy designed PPE

ଭାରତୀୟ ନୌସେନା ଦ୍ବାରା ବିକଶିତ ପିପିଇ କିଟର ବହୁଳ ପରିମାଣରେ ଉତ୍ପାଦନ ପାଇଁ ମଞ୍ଜୁରୀ ମିଳିଛି । ଗୁରୁବାର ନୌସେନାର ଜଣେ ଅଧିକାରୀ ଏହା କହିଛନ୍ତି ।

Indian Navy designed PPE gets nod for mass production
ଭାରତୀୟ ନୌସେନା ଦ୍ବାରା ପ୍ରସ୍ତୁତ ପିପିଇ କିଟର ବହୁଳ ଉତ୍ପାଦନ ପାଇଁ ମିଳିଲା ଅନୁମତି

By

Published : May 8, 2020, 12:38 AM IST

ନୂଆଦିଲ୍ଲୀ: ଭାରତୀୟ ନୌସେନା ଦ୍ବାରା ବିକଶିତ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟର ବହୁଳ ପରିମାଣରେ ଉତ୍ପାଦନ ପାଇଁ ମଞ୍ଜୁରୀ ମିଳିଛି । ଗୁରୁବାର ନୌସେନାର ଜଣେ ଅଧିକାରୀ ଏହା କହିଛନ୍ତି ।

ଭାରତୀୟ ନୌସେନା ଦ୍ୱାରା ପରିକଳ୍ପିତ ତଥା ଉତ୍ପାଦିତ ପିପିଇ କିଟ୍ ଗୁଡିକୁ ଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ମେଡିସିନ୍ ଏବଂ ଆଲାଇଡ୍ ସାଇନ୍ସ ଦ୍ୱାରା ପରୀକ୍ଷା କରାଯାଇଥିଲା । ଡିଆରଡିଓ ଏକ ସଂସ୍ଥା ପିପିଇ ପରୀକ୍ଷା ଏବଂ ପ୍ରମାଣୀକରଣ ସହ କାମ କରିଥିଲେ । ବର୍ତ୍ତମାନ ନୌସେନା ଦ୍ବାରା ପ୍ରସ୍ତୁତ ପିପିଇ କିଟ୍ କୋଭିଡ-19 ପରିସ୍ଥିତିର ମୁକାବିଲା ପାଇଁ ବ୍ୟବହୃତ ଉପଯୋଗୀ ପ୍ରମାଣିତ ହେବା ସହ ଏବଂ ଏହାର ବହୁଳ ମାତ୍ରାରେ ଉତ୍ପାଦନ ପାଇଁ ମଧ୍ୟ ମଞ୍ଜୁରୀ ମିଳିଛି ।

ମହାମାରୀ କୋଭିଡ-19 ସମୟରେ ପିପିଏ କିଟ୍ ଅଭାବ ଏକ ଗଭୀର ଚିନ୍ତାର ବିଷୟ । କାରଣ ଏହି ଅଭାବ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ସୁରକ୍ଷାକୁ ପ୍ରଭାବିତ କରିଥାଏ । ଏତତବ୍ୟତୀତ ସେମାନଙ୍କ ମନୋବଳ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ ।

ପରୀକ୍ଷଣ ଉପରେ କଠୋର ମାନଦଣ୍ଡ ପୂରଣ କରିବାକୁ ପିପିଇ କିଟର ଆବଶ୍ୟକ ରହିଛି ଏବଂ ସମାନ ମାନଦଣ୍ଡ ଆଇସିଏମଆର ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମଧ୍ୟ ସ୍ଥିର କରାଯାଇଥାଏ ।

ମୁମ୍ବାଇ ଦ୍ୱାରା ଗଠିତ ଏକ ଟିମ୍ ଯଥା, ଇନୋଭେସନ୍ ସେଲ୍, ଇନଷ୍ଟିଚ୍ୟୁଟ୍ ଅଫ୍ ନାଭାଲ ମେଡିସିନ୍, ମୁମ୍ବାଇ ଏବଂ ନାଭାଲ୍ ଡକୟାର୍ଡ ପିପିଏ କିଟ୍ ଡିଜାଇନ୍ ଏବଂ ଉତ୍ପାଦନରେ ସହଯୋଗ କରିଥିଲେ । ପିପିଇ 6/6 ସିନ୍ଥେଟିକ୍ ରକ୍ତ ଅନୁପ୍ରବେଶ ପ୍ରତିରୋଧ ପରୀକ୍ଷଣ ଚାପ ସହିତ ପାସ୍ କରିଛି ଅର୍ଥାତ୍ ଆଇଏସଓ 16603 ମାନକ ଅନୁଯାୟୀ ଜିଓଏଲ ସର୍ବନିମ୍ନ 3/6 ଏବଂ ତଦୁର୍ଦ୍ଧ୍ୱ ସ୍ତର ରହିବା ଆବଶ୍ୟକ ବୋଲି ସୁରକ୍ଷାବଳ ଏକ ବିବୃତ୍ତିରେ କହିଛନ୍ତି ।

ସୁରକ୍ଷାବଳ ଏହା ମଧ୍ୟ କହିଛି ଯେ ଏହି ପିପିଇର ମୂଲ୍ୟ ବ୍ୟବସାୟିକ ଉପଲବ୍ଧ ତୁଳନାରେ ଯଥେଷ୍ଟ କମ୍ ଅଟେ ।

ABOUT THE AUTHOR

...view details