ଓଡିଶା

odisha

ETV Bharat / bharat

‘ଜନତା କର୍ଫ୍ୟୁ’: ପିଏମ ମୋଦିଙ୍କୁ କୃତଜ୍ଞତା ଜଣାଇଲା ଆଇଏମ୍ଏ - Covid-19 latest news

ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’କୁ ନେଇ ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି କୃତଜ୍ଞତା ଜଣାଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Mar 22, 2020, 11:31 PM IST

ନୂଆଦିଲ୍ଲୀ: ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’କୁ ନେଇ ଭାରତୀୟ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି କୃତଜ୍ଞତା ଜଣାଇଛନ୍ତି । ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଦେଶବାସୀଙ୍କୁ ତାଳି, ଥାଳି, ଘଣ୍ଟଘଣ୍ଟା ବଜାଇବା ପାଇଁ ଆହ୍ବାନ କରିଥିଲେ ମୋଦି ।

‘ଜନତା କର୍ଫ୍ୟୁ’: ପିଏମ ମୋଦିଙ୍କୁ କୃତଜ୍ଞତା ଜଣାଇଲା ଆଇଏମ୍ଏ

ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ସମସ୍ତ ସଦସ୍ୟଙ୍କ ତରଫରୁ ଦେଶର ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ଉତ୍ସାହିତ କରି ମୋଦିଙ୍କ ଆହ୍ବାନକୁ ପ୍ରଶଂସା କରିଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

ଏହାସହ ସରକାରଙ୍କ ସହ ମିଶି କୋରୋନା ସଂଗ୍ରାମରେ ଲଢିବା ପାଇଁ ଆମେ ପ୍ରତିଶୃତିବଦ୍ଧ ବୋଲି ଚିଠିରେ ଉଲ୍ଲେଖ କରିଛି ଆଇଏମଏ ।

ଏହି ଚିଠିରେ ରାଷ୍ଟ୍ରୀୟ ସଭାପତି ଡା.ରାଜନ ଶର୍ମା ଏବଂ ଆଇଏମଏର ହୋନି ସେକ୍ରେଟେରୀ ଜେନେରାଲ ଡା. ଆର.ଭି. ଆସୋକାନ ଦସ୍ତଖତ କରିଛନ୍ତି ।

ମାର୍ଚ୍ଚ 19 ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧିତ କରି କୋରୋନାଭାଇରସ ମହାମାରୀ ବିରୋଧରେ ଲଢେରେ ସହାୟତା, ସହଯୋଗ ଲୋଡିଥିଲେ।

ମାର୍ଚ୍ଚ 22 ରେ ସକାଳ 7 ଟାରୁ 9 ଟା ପର୍ଯ୍ୟନ୍ତ ‘ଜନତା କର୍ଫ୍ୟୁ’ ଅନୁସରଣ କରିବାକୁ ସେ ନାଗରିକମାନଙ୍କୁ ଅନୁରୋଧ କରିଥିଲେ। ଆମକୁ COVID-19 ରୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ସମ୍ଭାବ୍ୟ ଅବଦାନ ଏବଂ ବଳିଦାନରେ କରିଥିବା ଡାକ୍ତରୀ ବୃତ୍ତିଗତଙ୍କ ଅକ୍ଲାନ୍ତ ପ୍ରୟାସକୁ ସ୍ବୀକାର କରିବାକୁ ଏବଂ ପ୍ରଶଂସା କରିବାକୁ ସେ ଲୋକଙ୍କୁ କହିଥିଲେ ।

ABOUT THE AUTHOR

...view details