ଓଡିଶା

odisha

ETV Bharat / bharat

ଚୀନ ଅଧିକୃତ 50 ଆପ୍‌କୁ ଭାରତୀୟ ଇଣ୍ଟେଲିଜେନ୍ସରେ ନାଲି ଆଖି - ଭାରତୀୟ ଇଣ୍ଟେଲିଜେନ୍ସ ରିପୋର୍ଟ

ଭାରତରେ ବଢିବାରେ ଲାଗିଛି ‘ବୟକଟ୍‌ ଚାଇନିଜ ପ୍ରଡକ୍ଟ’ ନାରା । ଏନେଇ ଭାରତୀୟ ଇଣ୍ଟେଲିଜେନ୍ସ ଗୁରୁବାର 50ଟି ଚୀନ ଅଧିକୃତ ଆପ୍‌କୁ ଦେଖାଇଛି ନାଲି ଆଖି ।

china based app, boycott chinese product, indian intelligence report, latest technology news, ଚୀନ ଅଧିକୃତ ଆପ୍‌ ବ୍ୟାନ, ବୟକଟ ଚାଇନିଜ ପ୍ରଡକ୍ଟ, ଭାରତୀୟ ଇଣ୍ଟେଲିଜେନ୍ସ ରିପୋର୍ଟ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଚୀନ ଅଧିକୃତ 50 ଆପ୍‌କୁ ଭାରତୀୟ ଇଣ୍ଟେଲିଜେନ୍ସରେ ନାଲି ଆଖି

By

Published : Jun 19, 2020, 7:33 AM IST

ହାଇଦ୍ରାବାଦ: ଭାରତରେ ବଢିବାରେ ଲାଗିଛି ‘ବୟକଟ୍‌ ଚାଇନିଜ ପ୍ରଡକ୍ଟ’ ନାରା । ଏମିତିରେ ଅନେକ ଭାରତୀୟ ନିଜ ଫୋନରୁ ଚାଇନିଜ ଆପ୍‌ ଆଦି ଅନଇନଷ୍ଟଲ କରିବା ଆରମ୍ଭ କରିଛନ୍ତି । ଏନେଇ ଭାରତୀୟ ଇଣ୍ଟେଲିଜେନ୍ସ ଗୁରୁବାର 50ଟି ଚୀନ ଅଧିକୃତ ଆପ୍‌କୁ ଦେଖାଇଛି ନାଲି ଆଖି । ଏହି ଆପ୍‌ ଗୁଡିକ ବିରୋଧରେ ଏବେ ତେଜିବାରେ ଲାଗିଛି ବିରୋଧାଭାସ । ଏଥିସହ ଏହି ଆପ୍‌ରେ ୟୁଜର୍ସଙ୍କ ପ୍ରାଇଭେସି କ୍ଷୁର୍ଣ୍ଣ ହେଉଥିବା ନେଇ ଇଣ୍ଟେଲିଜେନ୍ସ ଚିନ୍ତା ବ୍ୟକ୍ତ କରିଛି ।

ଏହି ଆପ୍‌ ମଧ୍ୟରେ ରହିଛି ଟିକ୍‌ଟକ୍‌, ୟୁସି ବ୍ରାଉଜର, ଜେଣ୍ଡର ଓ ଶେୟାର ଇଟ୍‌ ଭଳି ପପୁଲାର ଆପ୍‌ । ଏହି ଆପ୍‌ଗୁଡିକୁ ଆକ୍ସେସ ଉପରେ ସରକାର ବ୍ୟାନ ଲଗାଇବା ପଇଁ ଇଣ୍ଟେଲିଜେନ୍ସ ସ୍ବର ଉଠାଇଛି । ଏଥିସହ ଏହି ଆପ୍‌ଗୁଡିକର ବ୍ୟବହାର ତୁରନ୍ତ ବନ୍ଦ କରିବା ପାଇଁ ୟୁଜର୍ସଙ୍କୁ ଇଣ୍ଟେଲିଜେନ୍ସ ପରାମର୍ଶ ଦେଇଛି ।

ଏନେଇ ଇଣ୍ଟେଲ ଏଜେନ୍ସି ମଧ୍ୟ ସହମତି ପ୍ରକାଶ କରିଥିବା ଦେଖାଯାଇଛି । ତେବେ ଏହି ତାଲିକାରେ ରହିଛନ୍ତି ଟିକ୍‌ଟକ୍‌, ଭୋଲ୍ଟ-ହାଇଡ, ଭିଗୋ ଭିଡିଓ, ୱେଇବୋ, ୱିଚାଟ୍‌, ଶେୟାର ଇଟ୍‌, ୟୁସି ନ୍ୟୁଜ୍‌, ୟୁସି ବ୍ରାଉଜର, ବିୟୁଟିପ୍ଲସ, ହେଲୋ, ଲାଇକ୍‌, କ୍ବାଇ, ରୋମୱି, ଶେନ୍‌, ନ୍ୟୁଜ୍‌ ଡଗ୍‌, ଫୋଟୋ ୱାଣ୍ଡର, ଆପସ ବ୍ରାଉଜର,ଭିଭା-ଭିଡିଓ-କ୍ୟୁୟୁ ଭିଡିଓ ଇଙ୍କ, ପରଫେକ୍ଟ କର୍ପ, ସିଏମ ବ୍ରାଉଜର ଓ ଭାଇରସ କ୍ଲିନର(ଏଚଆଇ ସିକ୍ୟୁରିଟି ଲ୍ୟାବ୍‌) । ଏହି ସବୁ ଆପ୍‌ ବ୍ୟାନ ନେଇ ବର୍ତ୍ତମାନ ଆଲୋଚନା ଜାରି ରହିଛି ।

@IANS

ABOUT THE AUTHOR

...view details