ଓଡିଶା

odisha

ETV Bharat / bharat

ଚୀନ ସହ ଲିଙ୍କ 52 ଆପ୍ ବ୍ଲକ୍ କରିବାକୁ ଦାବି - block 52 china mobile apps

ଭାରତୀୟ ଗୁଇନ୍ଦା ବିଭାଗ ଅନୁସାରେ ଭାରତରେ ଅଧିକାଂଶ ୟୁଜର୍ସ ଏହି ଆପ୍ ସବୁ ବ୍ୟବହାର କରୁଛନ୍ତି । ପ୍ରାୟ 52ଟି ଚୀନ ଲିଙ୍କ ଥିବା ମୋବାଇଲ ଆପ୍ ଭାରତୀୟମାନେ ବ୍ୟବହାର କରୁଛନ୍ତି । ଅଧିକ ପଢନ୍ତୁ....

ଚୀନ ସହ ଲିଙ୍କ 52 ଆପ୍ ବ୍ଲକ୍ କରିବାକୁ ଦାବି
ଚୀନ ସହ ଲିଙ୍କ 52 ଆପ୍ ବ୍ଲକ୍ କରିବାକୁ ଦାବି

By

Published : Jun 18, 2020, 4:45 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ତୀବ୍ର ରୂପ ନେଇଛି । ସୋମବାର ରାତିରେ ଉଭୟ ସେନା ମଧ୍ୟରେ ହିଂସାତ୍ମକ ସଙ୍ଘର୍ଷ ଘଟି ଭାରତୀୟ ଯବାନ ଶହୀଦ ହେବା ପରେ ଚୀନ ବିରୋଧରେ ସମସ୍ତେ ତାତିଛନ୍ତି । ଏହି ଅବସରରେ ଚୀନ ସହ ଲିଙ୍କରେ ଥିବା 52ଟି ମୋବାଇଲ ଆପ୍ ବ୍ଲକ୍ କରିବା ପାଇଁ ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଭାରତୀୟ ଗୁଇନ୍ଦା ବିଭାଗ ଅନୁସାରେ ଭାରତରେ ଅଧିକାଂଶ ୟୁଜର୍ସ ଏହି ଆପ୍ ସବୁ ବ୍ୟବହାର କରୁଛନ୍ତି । ପ୍ରାୟ 52ଟି ଚୀନ ଲିଙ୍କ ଥିବା ମୋବାଇଲ ଆପ୍ ଭାରତୀୟମାନେ ବ୍ୟବହାର କରୁଛନ୍ତି । ଏହାଦ୍ବାରା ଦେଶର ଅନେକ ତଥ୍ୟ ଲିକ୍ ହେବାର ସମ୍ଭାବନା ରହିଛି ।

ଏହିସବୁ ଆପ୍ ସୁରକ୍ଷିତ ନଥିବା ଆଶଙ୍କା କରି ଗୁଇନ୍ଦା ସଂସ୍ଥା ପକ୍ଷରୁ ଏହାକୁ ବ୍ଲକ୍ କରିବା ପାଇଁ ଭାରତୀୟ ସରକାରଙ୍କୁ ଅପିଲ କରାଯାଇଛି ଦିଆଯାଇଛି । ସେହିପରି ଲୋକଙ୍କୁ ମଧ୍ୟ ଏହାର ବ୍ୟବହାର ନକରିବା ପାଇଁ ନିର୍ଦ୍ଦେଶ ଦେବାକୁ ଏହା କହିଛି । ବିଶ୍ବସ୍ତ ସୂତ୍ର ଅନୁସାରେ ଜୁମ୍, ଟିକଟକ୍, ୟୁସି ବ୍ରାଉଜର, ଜେଣ୍ଡର, ସେୟାର ଇଟ୍ ଏବଂ କ୍ଲିନ୍ ମାଷ୍ଟର ଭଳି ଆପର ତାଲିକା ପ୍ରସ୍ତୁତ କରି ଗୁଇନ୍ଦା ସଂସ୍ଥା ପକ୍ଷରୁ ସରକାରଙ୍କୁ ପ୍ରଦାନ କରାଯାଇଛି । ଏହାକୁ ନିକଟରେ ଜାତୀୟ ସୁରକ୍ଷା ପରିଷଦର ସେକ୍ରେଟାରୀଏଟ୍ ସମର୍ଥନ କରିବା ସହ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ସରକାରଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି ।

ପ୍ରତି ଆପ୍ ସହ ଜଡିତ ଥିବା ବିପଦ ସମ୍ପର୍କରେ ଆଲୋଚନା ଓ ସମୀକ୍ଷା କରାଯିବ । ଏହି ପ୍ରସଙ୍ଗ ଉପରେ ଏବେ ବି ଆଲୋଚନା ଜାରି ରହିଥିବା ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ପୂର୍ବରୁ ଚଳିତ ବର୍ଷ ଏପ୍ରିଲରେ ଜୁମ୍ ଆପ୍ ବ୍ୟବହାର ଉପରେ ଗୃହ ମନ୍ତ୍ରଣାଳୟ ରୋକ୍ ଲଗାଇଥିଲା । ଏଥିରେ ତଥ୍ୟ ଲିକ୍ ହେବାର ସମ୍ଭାବନା ଥିବାରୁ ଏପରି ନିଷ୍ପତ୍ତି ନେଇଥିଲା ମନ୍ତ୍ରଣାଳୟ । ଚୀନ ଡେଭଲପରଙ୍କ ଦ୍ବାରା ଏହି ସବୁ ଆପ୍ ତିଆରି ହୋଇଛି । ତେଣୁ ଏଥିରେ ତଥ୍ୟ ଲିକ୍ ହେବାର ସମସ୍ତ ପ୍ରକାର ସମ୍ଭାବନା ରହିଛି । ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଆପ୍ ଦ୍ବାରା ସ୍ପାୟୱେର କିମ୍ବା ମାଲିସିଓସ୍ ୱେର୍ ହେବାର ଆଶଙ୍କା ରହିଛି । ଏହା ଲୋକଙ୍କ ବ୍ୟକ୍ତିଗତ ତଥ୍ୟକୁ ହ୍ୟାକ୍ କରିନେବାର ଆଶଙ୍କା ରହିଛି । ଏମାନଙ୍କ ସହ ଅନେକ ସରକାରୀ ସଂସ୍ଥା ମଧ୍ୟ ଜଡିତ ହୋଇଛନ୍ତି । ସେଥିପାଇଁ ଏହି ଆପ୍ ସବୁ ବ୍ୟାନ୍ କରିବାକୁ ସରକାର ଚେଷ୍ଟା ଚଲାଇଥିବା ଜଣାପଡିଛି ।

ABOUT THE AUTHOR

...view details