ନୂଆଦିଲ୍ଲୀ: ଦେଶ ପାଳିଲା 74 ତମ ସ୍ବାଧୀନତା ଦିବସ। ଏହି ଉତ୍ସବକୁ ଖୁସିରେ ସମସ୍ତେ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିବା ସହ ପାକିସ୍ତାନ ଏବଂ ପଡୋଶୀକୁ ଚେତାବନୀ ଦେଉଥିଲେ । ସେହି ସମୟରେ ଭାରତୀୟ ହ୍ୟାକର୍ସ ସମୂହ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି ।
ଭାରତୀୟ ହ୍ୟାକରମାନେ ରାମ ମନ୍ଦିର ଏବଂ କାଶ୍ମୀରରେ ପାକିସ୍ତାନର ଏଜେଣ୍ଡାକୁ ଉପଯୁକ୍ତ ଜବାବ ଦେଇଛନ୍ତି। ଏହି ସ୍ବାଧୀନତା ଦିବସରେ ଭାରତର ଏକ ହ୍ୟାକର୍ ପାକିସ୍ତାନର 80 ରୁ ଅଧିକ ୱେବସାଇଟ୍ ହ୍ୟାକ୍ କରି ପାକିସ୍ତାନର ୱେବସାଇଟରେ ଭାରତୀୟ ତ୍ରିରଙ୍ଗାକୁ ଉଡାଇଥିଲେ।
ତ୍ରିରଙ୍ଗା ଆମର ଗର୍ବ ବାର୍ତ୍ତା ଦେଇ ହ୍ୟାକର୍ସମାନେ ଗୋଟିଏ ପରେ ଗୋଟିଏ ୱେବସାଇଟକୁ ହ୍ୟାକ କରିଥିଲେ । କେବଳ ଏତିକି ନୁହେଁ, ନିଜକୁ 'ଇଣ୍ଡିଆନ୍ ସାଇବର ଟ୍ରୁପ୍' ବୋଲି ବର୍ଣ୍ଣନା କରୁଥିବା ଏହି ଗୋଷ୍ଠୀ ପାକିସ୍ତାନୀ ୱେବସାଇଟ୍ ହ୍ୟାକ୍ କରି ଭଗବାନ ରାମଙ୍କ ଛବି ପୋଷ୍ଟ କରି ଲେଖିଛନ୍ତି, 'ରାମ ଲାଲା ହମ୍ ଆଗୟେ, ପାକିସ୍ଥାନ ଔର କରାଚିମେ ଭି ରାମ ମନ୍ଦିର ନିର୍ମାଣ କରେଙ୍ଗେ।'
ପାକିସ୍ତାନୀ ୱେବସାଇଟର ଏତେ ସଂଖ୍ୟକ ହ୍ୟାକର ଯୋଗୁଁ ପାକିସ୍ତାନର ବିଚଳିତ ହୋଇପଡିବା ସହ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ହ୍ୟାକର୍ସ ସଂସ୍ଥା ଜାତୀୟ ଗଣମାଧ୍ୟମକୁ କହିଛି, ସହିଦ ଯବାନଙ୍କ ପାଇଁ ଏହା ହେଉଛି ଆମର ଶ୍ରଦ୍ଧାଞ୍ଜଳି । ଆମ ଦେଶକୁ କିଏ ନାଲି ଆଖି ଦେଖାଇବା, ଏହାକୁ ସହଜରେ ଗ୍ରହଣ କରାଯିବ ନାହିଁ । ସେମାନେ କୌଣସି ସଂସ୍ଥା ପାଇଁ କାମ କରୁ ନାହାଁନ୍ତି କେବଳ ଦେଶର ଭଲ ଓ ଶତ୍ରୁକୁ ଶିକ୍ଷା ଦେବା ପାଇଁ ଏହି କାର୍ଯ୍ୟ କରିଛନ୍ତି।